ରିଲାଏନ୍ସ ଜିଓ ଆଣିଲା ୪୯ ଏବଂ ୬୯ ଟଙ୍କିଆ ନୂଆ ପ୍ଲାନ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୨: ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ୨ଟି ନୂଆ ପ୍ରିପେଡ୍ ପ୍ଲାନ୍ ଘୋଷଣା କରିଛି । ଗୋଟିଏ ୪୯ ଓ ଅନ୍ୟଟି ୬୯ ଟଙ୍କିଆ ପ୍ଲାନ୍ ରହିଛି । ଏହି ଦୁଇଟି ପ୍ଲାନ୍ ର ଭାଲିଡିଟି ୧୪ ଦିନ ରହିଛି ।

୬୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ମଧ୍ୟ କମ୍ପାନୀ ୧୪ ଦିନର ଭାଲିଡିଟି ରହିଛି । ଏଥିରେ ପ୍ରତିଦିନ ୦.୫ଜିବିର ହାଇସ୍ପିଡ୍ ଡାଟା ମିଳିବ । ଏହି ଡାଟା ଲିମିଟ ଶେଷ ହେବା ପରେ ଡାଟା ସ୍ପିଡ୍ ହ୍ରାସ ପାଇ ୬୪କେବିପିଏସ ହୋଇଯିବ । ଏହି ଆକର୍ଷଣୀୟ ପ୍ଲାନ୍ ରେ ଜିଓରୁ ଜିଓକୁ ଅନଲିମିଟେଡ୍ କଲିଂର ସୁବିଧା ରହିଛି । ଏହାସହ ଅନ୍ୟ ନେଟଓ୍ବର୍କକୁ ୨୫୦ ମିନିଟ୍ ର କଲିଂ ଫ୍ରି ରହିଛି। ଏହାସହ ଗ୍ରାହକଙ୍କୁ ୨୫ ଏସଏମଏସ ମଧ୍ୟ ମିଳୁଛି ।

ଅନ୍ୟପଟେ ୪୯ ଟଙ୍କିଆ ପ୍ଲାନ୍ ରେ ଜିଓ ଫୋନ୍ ୟୁଜର୍ସଙ୍କୁ ୧୪ ଦିନ ପାଇଁ ମୋଟ୍ ୨ ଜିବି ଡାଟା ମିଳିବ । ୬୯ଟଙ୍କିଆ ପ୍ଲାନ୍ ଭଳି ଏଥିରେ ଜିଓରୁ ଜିଓକୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଜିଓରୁ ଅନ୍ୟ ନେଟଓ୍ବର୍କକୁ କଲିଂ ପାଇଁ ୨୫୦ ମିନିଟ୍ ଫ୍ରି ମିଳିବ । ଏହାସହ ୨୫ ଏସଏମଏସର ସୁବିଧା ମିଳିବ । ୬୯ ଟଙ୍କିଆ ଫ୍ଲାନ୍ ଅପେକ୍ଷା ଏଥିରେ କମ୍ ଡାଟା ମିଳିବ ।

ରିଲାଏନ୍ସ ଜିଓ ଫୋନ୍ ଏବଂ ଜିଓ ଫୋନ୍ ୨ର ୟୁଜର୍ସ ୪୯ ଏବଂ ୬୯ ଟଙ୍କିଆ ପ୍ଲାନ୍ ଆକ୍ଟିଭ କରିବା ପାଇଁ କମ୍ପାନୀର ଓ୍ବେବସାଇଟ୍ My Jio App ଅଥବା ଅନ୍ୟ ରିଚାର୍ଜ ପୋର୍ଟାଲର ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.