ଜିଓ ୟୁଜର୍ସଙ୍କ ପାଇଁ ବଡ ଅଫର, ମେ’ ୩ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ପ୍ଲାନ୍‌ର ବୈଧତା

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୪: ଏୟାରଟେଲ, ଭୋଡା-ଆଇଡିଆ ପରେ ବର୍ତ୍ତମାନ ଜିଓ ମଧ୍ୟ ଏହାର ପ୍ରିପେଡ୍ ବ୍ୟବହାରକାରୀଙ୍କ ବୈଧତାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବୈଧତା ବଢାଇବା ପରେ, ଜିଓର ପ୍ରିପେଡ୍ ଗ୍ରାହକମାନେ ପୁରୁଣା ଯୋଜନାର ବୈଧତା ସମାପ୍ତ ହେବା ପରେ ମଧ୍ୟ ଇନକମିଂ କଲ୍ ଗ୍ରହଣ କରିବେ । ଜିଓ ଏକ ବିବୃତ୍ତିରେ କହିଛି ଯେ ଏହା କେବଳ ସ୍ବଳ୍ପ ଆୟକାରୀ ଉପଭୋକ୍ତାଙ୍କୁ ନୁହେଁ, ବରଂ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ଯେଉଁମାନେ କୌଣସି କାରଣରୁ ଆକାଉଣ୍ଟ ରିଚାର୍ଜ କରିବାକୁ ଅସମର୍ଥ ହେବେ । ଏଥିସହ କମ୍ପାନୀ ଅପ୍ରେଲ ୨୦ରୁ ଅଧିକାଂଶ ଖୁଚୁରା ଆଉଟଲେଟ୍ ଖୋଲିବା ଆରମ୍ଭ କରିବ ବୋଲି ସୂଚନା ଦେଇଛି । ସରକାରଙ୍କ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ ଭୋଡାଫୋନ୍-ଆଇଡିଆ ଏହାର ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ ଘୋଷଣା କରିଛି । ଯେଉଁମାନେ ଲକ୍ ଡାଉନ୍ କାରଣରୁ ସେମାନଙ୍କ ଆକାଉଣ୍ଟ ରିଚାର୍ଜ କରିବାକୁ ଅସମର୍ଥ । ସେହିଭଳି ଭାରତ ଏୟାରଟେଲ ଏହାର ପ୍ରାୟ ୩୦ ନିୟୁତ ଗ୍ରାହକଙ୍କ ବୈଧତା ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି, ଯେଉଁମାନେ ସେମାନଙ୍କ ଆକାଉଣ୍ଟ ରିଚାର୍ଜ କରିବାକୁ ସକ୍ଷମ ନୁହଁନ୍ତି । ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ପ୍ରଥମ ପର୍ଯ୍ୟାୟର ଅବଧି ଅପ୍ରେଲ ୧୪ ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ବର୍ତ୍ତମାନ ଏହା ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସମସ୍ତ ଟେଲିକମ୍ କମ୍ପାନୀ ଏବେ ନମ୍ବର ରିଚାର୍ଜ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟ ଗ୍ରାହକଙ୍କ ଆକାଉଣ୍ଟକୁ ରିଚାର୍ଜ କରିବା ଉପରେ କମ୍ପାନୀଗୁଡିକ କ୍ୟାସବ୍ୟାକ୍ ମଧ୍ୟ ଦେଉଛନ୍ତି । ସେହି ଆକାଉଣ୍ଟଗୁଡିକର ରିଚାର୍ଜ ଉପରେ ଏହି କ୍ୟାସବ୍ୟାକ୍ ଅଫର୍ ଦିଆଯାଉଛି, ଯାହା ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ନମ୍ବର ରିଚାର୍ଜ କରିବାକୁ ସକ୍ଷମ ନୁହେଁ ।

ବର୍ତ୍ତମାନ ଜିଓ ଗୁଗୁଲ୍ ପ୍ଲେ ଷ୍ଟୋରରେ JioPOS ଲାଇଟ୍ ଆପ୍ ଲଞ୍ଚ କରିଛି, ଯାହା ଦ୍ବାରା ଉପଭୋକ୍ତାମାନେ ଅନ୍ୟମାନଙ୍କର ରିଚାର୍ଜ କରି ପ୍ରତ୍ୟେକ ରିଚାର୍ଜରେ ୪ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ । ଯେଉଁମାନେ ମୋବାଇଲ୍ ଆକାଉଣ୍ଟ୍ ରିଚାର୍ଜ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ବ୍ୟାଙ୍କଗୁଡିକର ସହାୟତା ନେବା ଆରମ୍ଭ କରିଛନ୍ତି । ଏୟାରଟେଲ୍ ଏକ ନୂତନ ସୁବିଧା ଲଞ୍ଚ କରିଛି, ଯାହା ଦ୍ବାରା ଗ୍ରାହକମାନେ କେତେକ ଏଟିଏମ୍, ଡାକଘର, ଗ୍ରୋସରୀ ଷ୍ଟୋର୍ ଏବଂ ଡ୍ରଗ୍ ଷ୍ଟୋର୍‌ରୁ ସେମାନଙ୍କ ଆକାଉଣ୍ଟ୍ ରିଚାର୍ଜ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.