ରିଲାଏନ୍ସ ଜିଓର ସ୍ବାଧୀନତା ଦିବସ ଅଫର : ୫ମାସ ଯାଏଁ ଏପରି ଉପାୟରେ ମିଳିବ ଫ୍ରି ଡାଟା ଏବଂ କଲିଂ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫/୮: ରିଲାଏନ୍ସ ଜିଓ ସ୍ବାଧୀନତା ଦିବସରେ ଅବସରରେ ଏକ ଖାସ୍ ଅଫର ଆରମ୍ଭ କରିଛି। ଏହି ନୂଆ ଅଫର ଅନୁସାରେ ଗ୍ରାହକଙ୍କୁ JioFi 4G ଓ୍ବାୟରଲେସ୍ ହଟସ୍ପଟ୍ କିଣିଲେ ୫ମାସ ପର୍ଯ୍ୟନ୍ତ ଫ୍ରି ଡାଟା ଏବଂ ଜିଓ ଟୁ ଜିଓ କଲିଂ ମାଗଣା ମିଳିବ।

JioFi 4G ର ମୂଲ୍ୟ ୧,୯୯୯ଟଙ୍କା। ଏହି ଅଫରକୁ ପାଇବା ପାଇଁ ଗ୍ରାହକଙ୍କୁ ସର୍ବପ୍ରଥମେ JioFi ପାଇଁ କୌଣସି ଏକ ଉପସ୍ଥିତ ପ୍ଲାନ୍ ନେବାକୁ ପଡ଼ିବ।

ଥରେ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରୁ JioFi ହଟସ୍ପଟ୍ କିଣିଲେ ଏବଂ ଜିଓ ସିମ୍ ଆକ୍ଟିଭେଟ୍ ହେବା ପରେ ଗ୍ରାହକ JioFi ପାଇଁ ଉପଲବ୍ଧ ଯେକୌଣସି ଗୋଟିଏକୁ ସିଲେକ୍ଟ କରିପାରିବେ ଏବଂ ଏହାକୁ ଡିଭାଇସ୍ ପାଇଁ ଆକ୍ଟିଭେଟ୍ କରି ପାରିବେ। 

ଥରେ ଆକ୍ଟିଭେଟ୍ ସିମ୍ ଡିଭାଇସରେ ପକାଇବା ପରେ ପ୍ଲାନ୍ ଘଣ୍ଟାକ ମଧ୍ୟରେ ଆରମ୍ଭ ହୋଇଯିବ। ପ୍ଲାନର ଆକ୍ଟିଭେସନ ଷ୍ଟାଟସ୍ ମାଇଜିଓ ଆପ୍ ଜରିଆରେ ଚେକ୍ କରାଯାଇପାରିବ। ଜିଓଫାଇ ଡିଭାଇସକୁ କମ୍ପାନୀର ସାଇଟ୍ ଦ୍ବାରା ଅନଲାଇନ୍ କିଣାଯାଇପାରିବ।

JioFiର ସବୁଠୁ ଶସ୍ତା ପ୍ଲାନର ମୂଲ୍ୟ ୧୯୯ଟଙ୍କା। ଏଥିରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ ଏବଂ ଏହାର ଭ୍ୟାଲିଡିଟି ୨୮ଦିନ। ଗ୍ରାହକ ୯୯ଟଙ୍କା ଅତିରିକ୍ତ ଦେଇ କିଛି ଅନ୍ୟ ଫାଇଦା ମଧ୍ୟ ଉଠାଇପାରିବେ। ଅତିରିକ୍ତ ଟଙ୍କା ଦେଇ ଗ୍ରାହକ ଜିଓ ପ୍ରାଇମ୍ ମେମ୍ବରଶିପ୍,୧.୫ଜିବି ଡେଲି ଡାଟା,ଅନ୍ ନେଟ୍ ଫ୍ରି କଲିଂ,ପ୍ରତି ୨୮ଦିନରେ ଅଫ-ନେଟ୍ କଲିଂ ପାଇଁ ୧,୦୦୦ମିନିଟସ୍ ଏବଂ ୧୪୦ଦିନ ପାଇଁ ପ୍ରତିଦିନ ୧୦୦ନ୍ୟାସନାଲ୍ ଏସଏମଏସର ଲାଭ ନେଇପାରିବେ। 

JioFiର ଦ୍ବିତୀୟ ପ୍ଲାନର ମୂଲ୍ୟ ୨୪୯ଟଙ୍କା। ଏଥିରେ ୨୮ଦିନ ପାଇଁ ପ୍ରତିଦିନ ୨ଜିବି ଡାଟା ଦିଆଯାଇଥାଏ। ଏଠାରେ ମଧ୍ୟ ଆପଣ ୯୯ଟଙ୍କା ଏଡିସନାଲ ଦେଇ ପ୍ରତିଦିନ ୨ଜିବି ଡାଟା,ଜିଓ ପ୍ରାଇମ୍ ମେମ୍ବରଶିପ,ଅନ୍-ନେଟ୍ ଫ୍ରି କଲିଂ,୨୮ଦିନ ପାଇଁ ଅଫ ନେଟ୍ କଲିଂ ପାଇଁ ୧୦୦୦ମିନିଟସ୍ ଏବଂ ୧୧୨ଦିନ ପାଇଁ ପ୍ରତିଦିନ ୧୦୦ଟି ଏସଏମଏସର ଲାଭ ନେଇପାରିବେ।

ଶେଷରେ ତୃତୀୟ ପ୍ଲାନରେ ଏହାର ମୂଲ୍ୟ ୩୪୯ଟଙ୍କା। ଏଥିରେ ଗ୍ରାହକଙ୍କୁ ୨୮ଦିନ ପାଇଁ ପ୍ରତିଦିନ ୩ଜିବି ଡାଟା ମିଳିବ। ଏଥିରେ ମଧ୍ୟ ୯୯ଟଙ୍କାର ଅତିରିକ୍ତ ଦେଇ ଗ୍ରାହକ ପ୍ରତିଦିନ ୩ଜିବି ଡାଟା,ଜିଓ ପ୍ରାଇମ ମେମ୍ବରଶିପ୍ ,ଅନଲିମିଟେଡ ଅନ ନେଟ୍ କଲିଂ,୨୮ଦିନ ପାଇଁ ଅଫ୍ ନେଟ୍ କଲିଂ ପାଇଁ ୧୦୦୦ମିନିଟସ୍ ଏବଂ ୮୪ଦିନ ପାଇଁ ୧୦୦ନ୍ୟାସନାଲ୍ ଏସଏମଏସର ଫାଇଦା ଉଠାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.