ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସେୟାର ମାର୍କେଟର ସବୁ ଅନୁମାନକୁ ଫେଲ୍ କରିଛି । ଆର୍ଥିକ ବର୍ଷ ୨୦୨୫ର ଚତୁର୍ଥ ତ୍ରୈମାସର କମ୍ପାନିକୁ ୧୯,୪୦୭ କୋଟି ଟଙ୍କାର ଲାଭ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାର ସମାନ ତ୍ରୈମାସଠାରୁ ୨ ପ୍ରତିଶତ ଅଧିକ । ଶୁକ୍ରବାର କମ୍ପାନି ଜାରି କରିଥିବା ରିପୋର୍ଟରେ ଏହି ସୂଚନା ଦେଇଛି ।
କମ୍ପାନି କହିଛି ଯେ ଏହି ଅବଧିରେ ପରଚାଳନାରୁ ରାଜସ୍ୱ ବାର୍ଷିକ ୧୦ ପ୍ରତିଶତ ବଢି ୨.୬୪ ଲକ୍ଷ କୋଟି ଟଙ୍କା ହୋଇଛି । କମ୍ପାନିର ଚତୁର୍ଥ ତ୍ରୈମାସ ପରିଣାମ ପୂର୍ବରୁ ସେୟାର ମାର୍କେଟ୍ ୧୮,୪୭୧ କୋଟି ଟଙ୍କା ଲାଭ ଅନୁମାନ କରିଥିଲା । କମ୍ପାନିର ବୋର୍ଡ ଆର୍ଥିକ ବର୍ଷ ୨୦୨୫ ପାଇଁ ୫.୫୦ ଟଙ୍କା ପ୍ରତି ଇକ୍ୱିଟି ସେୟାର ହିସାବରେ ଲାଭାଂଶ ଦେବା ପାଇଁ ସୁପାରିଶ କରିଛି ।
ମାର୍କେଟ୍ କ୍ୟାପ୍ ହିସାବରେ ଦେଶର ସବୁଠୁ ବଡ଼ କମ୍ପାନି ରିଲାଏନ୍ସ ଆର୍ଥିକ ବର୍ଷ ୨୦୨୪-୨୫ର ଅକ୍ଟୋବର-ଡିସେମ୍ୱର ତ୍ରୈମାସରେ ୧୮,୫୪୦ କୋଟି ଟଙ୍କା ଲାଭ କରିଥିଲା । ଏହି ଦୃଷ୍ଟିରୁ ଚତୁର୍ଥ ତ୍ରୈମାସରେ ଲାଭ ୫ ପ୍ରତିଶତ ଅଧିକ ହୋଇଛି । ଆରଆଇଏଲ୍ର ଟେଲିକମ୍ ଓ ଡିଜିଟାଲ୍ କାରବାର କରୁଥିବା ଜିଓ ପ୍ଲାଟଫର୍ମକୁ ମଧ୍ୟ ମୋଟା ଲାଭ ହୋଇଛି । କମ୍ପାନିର ଲାଭ ୨୬ ପ୍ରତିଶତ ବଢିଛି । ୨୦୨୫ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ଚତୁର୍ଥ ତ୍ରୈମାସରେ ଶୁଦ୍ଧ ଲାଭ ୫,୫୮୭ କୋଟି ଟଙ୍କା ହୋଇଛି । ତୃତୀୟ ତ୍ରୈମାସରେ ଜିଓର ଲାଭ ୬,୮୬୧ କୋଟି ଟଙ୍କା ଲାଭ ହୋଇଥିଲା । ସେହିପରି ରିଲାଏନ୍ସ ରିଟେଲ ଭେଞ୍ଚର୍ସର ଲାଭ ୨୯ ପ୍ରତିଶତ ବଢି ୩,୫୪୫ କୋଟି ଟଙ୍କା ହୋଇଛି ।