ଶୁଭଲକ୍ଷ୍ମୀ ପଲିଷ୍ଟରକୁ କିଣିଲା ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରୀ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ଶନିବାର ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ ରିଟେଲ୍ସ କମ୍ପାନୀ ପଲିଷ୍ଟର ଜଗତରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଶୁଭଲକ୍ଷ୍ମୀ ପଲିଷ୍ଟର(ଏସ୍‌ପିଏଲ୍) ଓ ଶୁଭଲକ୍ଷ୍ମୀ ପଲିଟେକ୍ସ(ଏସ୍‌ପିଟିଏକ୍ସ)କୁ କିଣି ନେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀ 'ରିଲାଏନ୍ସ ପଲିଷ୍ଟର' ନାଁରେ ଏହି ଦୁଇ କମ୍ବାନୀକୁ ଯଥାକ୍ରମେ ୧୫୨୨ କୋଟି ଓ ୭୦ କୋଟି ନଗଦ ଟଙ୍କାରେ କିଣିଛି।

କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (CCI) ଓ ଏସ୍‌ପିଏଲ୍ ଓ ଏସ୍ପିଟିଏକ୍ସର ଋଣ ଦାତାଙ୍କ ଅନୁମତିରେ ଏହି ଅଧିଗ୍ରହଣ ହୋଇଛି। ଏସ୍‌ପିଏଲର ପୋଲିମରାଇଜେସନ କ୍ଷମତା ବର୍ଷ କୁ ପ୍ରାୟ ୨,୫୨,୦୦୦ ମାଟ୍ରିକ ଟନ ହେବ। କମ୍ପାନୀ ପଲିମରାଇଜେସନ ରାସ୍ତାରେ ସିଧାସଳଖ ପଲିଷ୍ଟର, ଫାଇବର, ଉଲ ସୂତା ଓ ଟେକ୍ସଟାଇଲ୍‌ ଗ୍ରେଡ୍ ଚିପ୍ସ ତିଆରି କରେ।

ଗୁଜୁରାଟର ଦହେଜ ଓ ଦାଦ୍ରା ନଗର ହାଭେଳିର ସିଲ୍‌ଭାସାରେ କମ୍ପାନୀର ଦୁଇଟି ଫ୍ୟାକ୍ଟ୍ରି ରହିଚି। ଦେହେଜରେ ଏସ୍‌ପିଟିଏକ୍ସର ସୂତା ଉତ୍ପାଦନ କମ୍ପାନୀ ରହିଛି। ପଲିଷ୍ଟର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏହି ଅଧିଗ୍ରହଣ କରାଯାଇଥିବା କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.