oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ୧.୫ ଲକ୍ଷ ନୂଆ ନିଯୁକ୍ତି

9/05/2022 at 10:23 PM

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି । କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା । କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି ।ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି । କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି । କମ୍ପାନିର ସୂଚନା ଅନୁଯାୟୀ, ଛୋଟ ଏବଂ ମଧ୍ୟମ ଧରଣର ସହରରେ ରିଟେଲ ନେଟୱାର୍କ ଦ୍ରୁତ ଗତିରେ ବଢ଼ିଥିବାରୁୁଏହି ନିଯୁକ୍ତି ଦିଆଯାଇ ପାରିଛି । ଷ୍ଟୋର ସମେତ ଏସବୁ ସହରରେ ଡିଜିଟାଲଏବଂ ନ୍ୟୁକମର୍ସ ପ୍ଲାଟଫର୍ମର ଦ୍ରୁତ ସଂପ୍ରସାରଣ ହୋଇଛି ।

ଗତ ଆର୍ଥିକ ବର୍ଷରେ ଆଶ୍ଚର୍ଯ୍ୟ କଲା ଭଳି ଗତିରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ଖୋଲିଛି । କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି । କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି । ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି । ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଂଚିଛି ।

ରିଲାଏନ୍ସ ଷ୍ଟୋର ସଂଖ୍ୟା ୧୫ ହଜାରରେ ପହଂଚିିବା ଏବଂ ନୂଆ ନିଯୁକ୍ତିନେଇ ଖୁସିବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଚଳିତବର୍ଷ ମଧ୍ୟ ରିଲାଏନ୍ସ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଭାରତରେସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ଅନ୍ୟତମ ହୋଇପାରିଛି । ଗତ ଏକବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ । ନୂଆ ନିଯୁକ୍ତି ସୃଷ୍ଟି କରିବାରେ ରିଟେଲ ଏବଂ ଟେକ୍ନୋଲୋଜି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।


ନୂଆଷ୍ଟୋର ଖୋଲିବା ଏବଂ ନୂଆ ନିଯୁକ୍ତି ଦେବା ସହିତ ରିଲାଏନ୍ସ ରିଟେଲ ଚଳିତ ଆର୍ଥିକ ବର୍ଷରେ ଭଲ ଉପାର୍ଜନ ମଧ୍ୟ କରିଛି ।ରିଟେଲ ବ୍ୟବସାୟରେ ମୋଟ ବାର୍ଷିକ ରାଜସ୍ୱ ପ୍ରାୟ ୨୦୦,୦୦୦ କୋଟି ଟଙ୍କା ରହିଛି । କମ୍ପାନିର ଆୟରେ ମଧ୍ୟ ବୃଦ୍ଧି ଘଟିଛି । ତ୍ରୟମାସିକ ଆଧାରରେ ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସରିଟେଲର ଆୟବୃଦ୍ଧି ପାଇ ୫୮,୦୧୯ କୋଟି ଟଙ୍କାରେ ପହଂଚିଛି । ଏହାର ପୂର୍ବତ୍ରୟ ମାସ ଅର୍ଥାତ୍ ୨୦୨୧ ଡିସେମ୍ବର ତ୍ରୟମାସରେ କମ୍ପାନିର ଆୟ ୫୭,୭୧୭ କୋଟି ଟଙ୍କା ରହିଥିଲା ।୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲର ନେଟ୍‌ଲାଭ ୭୦୫୫ କୋଟି ଟଙ୍କା ଏବଂ ଚତୁର୍ଥ ତ୍ରୟମାସର ନେଟ୍‌ଲାଭ ୨୧୩୯ କୋଟିଟଙ୍କା ରହିଛି ।

   Related Posts