ଶିଳ୍ପପତି ମୁକେଶ ଅମ୍ୱାନୀ ଏବଂ ପରିବାରକୁ ମିଳିଲା ଧମକ, ପୋଲିସ ହେପାଜତରେ ଜଣେ ବ୍ୟକ୍ତି

Published By : Prameya-News7 Bureau | August 15, 2022 IST

ମୁମ୍ୱାଇ: ରିଲାଏନ୍ସ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ୱାନୀ ଏବଂ ତାଙ୍କ ପରିବାରକୁ ଧମକ ମିଳିଛି । ସୂଚନା ଅନୁସାରେ ପ୍ରାୟ ୮ ଥର ଫୋନ କରାଯାଇଥିଲା । ଫୋନ କରିଥିବା ବ୍ୟକ୍ତି କଥିତ ରୂପେ କିଛି ଘଣ୍ଟାରେ ବଡ ଘଟଣା ଘଟିବ ବୋଲି ଦାବି କରିଥିଲା । ତେବେ ପୋଲିସ ମାମଲାକୁ ଗୁରୁତ୍ୱ ସହ ନେଇ ସତର୍କ ହୋଇଛି ।

ଖବର ଅନୁସାରେ ପୋଲିସ ଏହି ମାମଲାରେ ଜଣଙ୍କୁ ହେପାଜକୁ ନେଇଛି ପୋଲିସ । ରିଲାଏନ୍ସ ଫାଉଣ୍ଡେସନର ହରକିଶନାଥଦାସ ହସ୍ପିଟାଲ ନମ୍ୱରକୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ପକ୍ଷରୁ ଅମ୍ୱାନୀ ପରିବାରକୁ ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲା

ମିଡିଆ ରିପୋର୍ଟ ଅନୁସାରେ, ଅମ୍ୱାନୀ ଏବଂ ତାଙ୍କ ପରିବାରକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଛନ୍ତି। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଅମ୍ୱାନୀ ପରିବାର ସହ କିଛି ବଡ଼ ଘଟିବାରୁ ଯାଉଛି ବୋଲି କହିଥିଲା। ଏହାପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ସୁରକ୍ଷାକୁ ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.