ରିଲାଏନ୍ସ ଫାଉଣ୍ଡେସନର ବନତାରା କାର୍ଯ୍ୟକ୍ରମ ଆରମ୍ଭ, ଦୁନିଆରେ ଜୀବଜନ୍ତୁଙ୍କ ପାଇଁ ହେବ ଶ୍ରେଷ୍ଠ ଆଶ୍ରୟସ୍ଥଳ

Published By : Prameya-News7 Bureau | February 26, 2024 IST

ଜାମନଗର: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଓ ରିଲାଏନ୍ସ ଫାଉଣ୍ଡେସନ ସୋମବାର ନିଜର ବନତାରା(ଷ୍ଟାର ଅଫ ଦ ଫରେଷ୍ଟ) କାର୍ଯ୍ୟକ୍ରମ ଲଞ୍ଚ୍ କରିଛି। ବନତାରା ଭାରତ ଓ ବିଦେଶରେ ଆହତ ଓ ବିପଦରେ ପଡ଼ିଥିବା ପଶୁପକ୍ଷୀ ଓ ଜୀବଜନ୍ତୁଙ୍କ ଉଦ୍ଧାର, ଉପଚାର, ରକ୍ଷଣାବେକ୍ଷଣ ଓ ପୁନର୍ବାସ ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବ। ଏହା ଭାରତରେ ଏକ ଭିନ୍ନ ଓ ନିଆରା ପ୍ରଥମ କାର୍ଯ୍ୟକ୍ରମ।

ଗୁଜରାଟରେ ରିଲାଏନ୍ସର ଜାମନଗର ରିଫାଇନାରୀ କମ୍ପ୍ଲେକ୍ସର ଗ୍ରୀନ ବେଲ୍ଟ ଭିତରେ ୩୦୦୦ ଏକର ବିଶାଳ ସ୍ଥାନକୁ ଜଙ୍ଗଲ ପରି ପରିବେଶରେ  ବଦଳା ଯାଇଛି। ଏଠାରେ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ହସ୍ପିଟାଲ, ରିସର୍ଚ୍ଚ ଓ  ଶିକ୍ଷାନୁଷ୍ଠାନ ମଧ୍ୟ ନିର୍ମାଣ କରାଯାଇଛି। ଗତ କିଛି ବର୍ଷରେ ବନତାରା କାର୍ଯ୍ୟକ୍ରମ ଆଧାରରେ ୨୦୦ରୁ ଅଧିକ ହାତୀ, ହଜାର ସଂଖ୍ୟକ ଜୀବଜନ୍ତୁ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ପରିବେଶରୁ ବଞ୍ଚାଯାଇଛି। ଏଥିରେ ଗଣ୍ଡା, କଲରା ପତରିଆ ବାଘ ଓ କୁମ୍ଭୀରଙ୍କ ପୁନର୍ବାସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

{"id":914049,"sizeSlug":"full","linkDestination":"none"}
ibc24

ନିକଟରେ ବନତାରା ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ପଶୁପକ୍ଷୀ-ଜୀବଜନ୍ତୁଙ୍କ ରେସ୍କ୍ୟୁ ଅଭିଯାନରେ ଅଂଶଗ୍ରହଣ କରିଥିଲା। ମଧ୍ୟ ଆମେରିକା ଚିଡ଼ିଆଘର ଅଧିକାରୀଙ୍କ ଉଦ୍ୟମକ୍ରମେ ଅନେକ ବଡ଼ ବଡ଼ ଜୀବଜନ୍ତୁଙ୍କୁ ବନତାରାକୁ ଅଣା ଯାଇଛି। ସମସ୍ତ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଭାରତ ସରକାର ଓ ଅନ୍ତର୍ଜାତୀୟ ଆଇନ ଏବଂ ନିୟାମକ ଢାଞ୍ଚାରେ ପାଳନ କରାଯାଉଛି।

wp:heading {"level":4}

Also read- ମଳିଛିଆ ପୋଷାକ ଓ ମୁଣ୍ଡରେ ଗଣ୍ଠିଲି ଦେଖି କୃଷକଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି ସୁରକ୍ଷା କର୍ମୀ; ଭିଡିଓ ଭାଇରାଲ୍ ପରେ ହେଲା କାର୍ଯ୍ୟାନୁଷ୍ଠାନ

/wp:heading

ବନତାରା କାର୍ଯ୍ୟକ୍ରମ ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, ଆମେ କୋଭିଡ୍‌ ଚରମରେ ଥିବା ସମୟରେ ବନ୍ୟଜୀବ ଉଦ୍ଧାର କେନ୍ଦ୍ର ଆରମ୍ଭ କରିଥିଲୁ। ଏହି ସମୟରେ ୬୦୦ ଏକରର ଜଙ୍ଗଲ ସୃଷ୍ଟି କରିଛୁ। ଏଥିରେ ହାତୀମାନଙ୍କ ପାଇଁ ଏକ ସଂପୂର୍ଣ୍ଣ ଆବାସ ନିର୍ମାଣ କରିଛୁ। ୨୦୦୮ରେ ଆମ ସଂସ୍ଥା ପ୍ରଥମେ ହାତୀଙ୍କ ଉଦ୍ଧାର କରିଥିଲା। ଏହି କ୍ରମରେ ଗ୍ରୀନ୍ସ ଜୁଲଜିକାଲ ରେସ୍କ୍ୟୁ ସେଣ୍ଟର ୨୦୨୦ରେ ଆରମ୍ଭ ହେଲା।

{"id":914050,"sizeSlug":"full","linkDestination":"none"}
ibc24

ସେ ଏହା ମଧ୍ୟ କହିଛନ୍ତି, ଗ୍ରୀନ ଜୁଲଜିକାଲ ରିସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ସେଣ୍ଟର ପାଇଁ ହଜାର ସଂଖ୍ୟକ ଲୋକ କାମ କରୁଛନ୍ତି। ସେଥିରୁ ଆମ ପାଖରେ ପାଖାପାଖି ୨୦-୩୦ ପ୍ରବାସୀ ଅଛନ୍ତି। ସମସ୍ତେ ଶିକ୍ଷକ କିମ୍ବା ପ୍ରଫେସର ଭାବେ ନିଯୁକ୍ତ ହୋଇ ନିଜ ଦାୟିତ୍ଵ ସମ୍ଭାଳୁଛନ୍ତି। ଆମେ ଯୁବ ସ୍ନାତକ ପିଲାଙ୍କୁ  ନିଯୁକ୍ତି ଦେଉଛୁ ଯେଉଁମାନେ ପୋଷଣ ବିଶେଷଜ୍ଞଙ୍କ ପରି ବିଭିନ୍ନ ପୃଷ୍ଠଭୂମିରୁ  ପଶୁଙ୍କ ଚିକିତ୍ସାରେ ସ୍ନାତକ କରିଥିବେ। ଆମ ପାଖରେ କିଛି ବିଶେଷଜ୍ଞ ଡାକ୍ତର ରହିଛନ୍ତି ଯେଉଁମାନେ ପଶୁଙ୍କ ପ୍ରତି ବେଶ ସମ୍ବେଦନଶୀଳ ରହିଛନ୍ତି, ଯଦ୍ଵାରା ଆମ ପ୍ରକଳ୍ପ ଆଶାନୁରୂପ ଆଗେଇ ଚାଲିଛି।

ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି, ଆମେ ୨୦୦ରୁ ଅଧିକ ହାତୀଙ୍କ ଜୀବନ ରକ୍ଷା କରିଛୁ। ସେମାନଙ୍କୁ ଆହତ ଅବସ୍ଥାରେ ଦେଶର ବିଭିନ୍ନ ସ୍ଥାନରୁ ଅଣା ଯାଇଥିଲା। ଏହା ଆମର କୌଣସି ପ୍ରାଣୀ ଉଦ୍ୟାନ ନୁହେଂ ବରଂ ଏହା ଏକ ସେବାଳୟ। ୬୦୦ ଏକର ଜମିକୁ ହାତୀଙ୍କ ପ୍ରାକୃତିକ ଆବାସ ଭାବେ ବିକଶିତ କରାଯାଇଛି।

ibc24

ରିଲାଏନ୍ସ ଫାଉଣ୍ଡେସନର ବନତାରା କାର୍ଯ୍ୟକ୍ରମ ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, ପଶୁଙ୍କ ସେବା କରିବା ପାଇଁ ଏମିତି ପ୍ରେରଣା ମାଆଙ୍କଠୁ ମିଳିଛି। ହିନ୍ଦୁ ଧର୍ମରେ ବର୍ଣ୍ଣିତ ଯେ ପଶୁ ଦେବତାଙ୍କ ପ୍ରିୟ ଅଟନ୍ତି। ଏହା  ହିଁ ମୋତେ ପଶୁଙ୍କ ଉଦ୍ଧାର କରିବା ଓ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ ପ୍ରେରିତ କରିଥିଲା। ଏବେ ଆମେ ପଶୁଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପଶୁ ଚିକିତ୍ସାଳୟ ନିର୍ମାଣ କରିଛୁ। ହସ୍ପିଟାଲ୍‌ରେ ଏମଆରଆଇ ଓ ସିଟି ସ୍କାନ ମେସିନ,ଏଣ୍ଡୋସ୍କୋପିଂ ରୋବୋଟିକ ସର୍ଜରୀ ମେସିନ ଓ ୬ଟି ସର୍ଜିକାଲ ସେଣ୍ଟର ରହିଛି। ଆଉ ଖୁବ୍ ଶୀଘ୍ର ଜନତାଙ୍କ ପାଇଁ ପ୍ରାଣୀ ଉଦ୍ୟାନ ଖୋଲାଯିବ ବୋଲି ଅନନ୍ତ ଅମ୍ବାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.