ଋଣଗ୍ରସ୍ତ ଉର୍ଜା କମ୍ପାନିର ବଦଳିବ ଭାଗ୍ୟ ! କିଣିବା ଦୌଡରେ ଅମ୍ୱାନୀ, ଆଦାନୀ

Published By : Prameya-News7 Bureau | August 27, 2022 IST

ନୂଆଦିଲ୍ଲୀ: ଗୋଟିଏ କମ୍ପାନିର ଅଧିଗ୍ରହଣ ପାଇଁ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଏବଂ ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ପାୱାର ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ସଂକଟରେ ଥିବା ଥର୍ମାଲ ୱାପାର ଉତ୍ପାଦକ ଲେଙ୍କୋ ଅମରକଣ୍ଟକ ପାୱାର ମିଳିଟେଡର ଅଧିଗ୍ରହଣ ପାଇଁ ଦୁଇ କମ୍ପାନି  ଅଗ୍ରାହ ପ୍ରକାଶ କରିଛନ୍ତି । ଏଥିପାଇଁ ବାଧ୍ୟତାମୂଳକ ନିଲାମ ରାଶି ଜମା କରିଛନ୍ତି । ଏହାଛଡା ପାୱାର ଫାଇନାନ୍ସ କର୍ପୋରେସନ ମଧ୍ୟ ଆରଇସି ଲିମିଟେଡ ସହ ମିଶି ବିଡ୍ ଲଗାଇଛି । ଏହି ପରି ଲେଙ୍କୋ ଅମରକଣ୍ଟକ ପାୱାର ଅଧିଗ୍ରହଣ ଦୌଡରେ ତିନି କମ୍ପାନି ସାମିଲ ଅଛନ୍ତି ।

ରିଲାଏନ୍ସ ପ୍ରାୟ ୧,୯୬୦ କୋଟି ଟଙ୍କାର ବିଡ୍ ରଖିଛି । ଗୌତମ ଆଦାନୀଙ୍କ  ଆଦାନୀ ପାୱାର ୧,୮୦୦ କୋଟି ଟଙ୍କାର ଅଫର ଦେଇଛି । ଏହାଛଡା ପାୱାର ଫାଇନାନ୍ସ-ଆରଇସି ୩,୪୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଲେଙ୍କୋ ଅମରକଣ୍ଟକ ପାୱାର ଫାର୍ମା ଋଣରେ ବୁଡି ରହିଛି । ଅଧିକ ଋଣ ଯୋଗୁଁ କମ୍ପାନି ଦେବାଳିଆ ପ୍ରକ୍ରିୟା ଦେଇ ଗତି କରୁଛି । ଏହି କମ୍ପାନିର ଅଧିଗ୍ରହଣ ପାଇଁ ପୂର୍ବରୁ ବିଡ୍ ଜମା କରାଯାଇଥିଲା । ଏହି କମ୍ପାନି ମଧ୍ୟରେ ବେଦାନ୍ତ ୩୦୦୦ କୋଟି ଟଙ୍କାର ଅଫର ଦେଇଥିଲା । ସେହିପରି ଓପି ଜିନ୍ଦଲଙ୍କ, ଜିନ୍ଦଲ ପାୱାର ଲିମିଟେଡ୍ ମଧ୍ୟ ଏହି ପ୍ରଜୋକ୍ଟରେ ନିଜର ଇଚ୍ଛା ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.