କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯଦି ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରାନଯିବ ତେବେ ମାମଲାର ଶୁଣାଣି ହେବ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ଅଟକ ବନ୍ଦୀରୁ ମୁକ୍ତି କରାଯିବା  ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ  ପ୍ରଶ୍ନ କରିଛନ୍ତି । କହିଛନ୍ତି. ଯଦି ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରିବାର ଯୋଜନା ଅଛି , ତେବେ ତାଙ୍କୁ ତୁରନ୍ତ ମୁକ୍ତ କର । ନଚେତ୍ ଓମାର ଅବଦୁଲ୍ଲାଙ୍କ ଭଉଣୀ  ସାରା ପାଇଲଟଙ୍କ ଆବେଦନର ଶୁଣାଣୀ କରାଯିବ । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାହ ଗତ ଅଗଷ୍ଟ ୫ ତାରିଖରୁ  ବନ୍ଦୀ ଭାବେ ଅଛନ୍ତି । ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ହଟାଯିବା ସହ ତାହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ  ହିଂସାକୁ ଏଡାଇବା ଲାଗି ପବ୍ଲିକ ସେଫଟି ଆକ୍ଟ ବା ସାଧାରଣ ସୁରକ୍ଷା ଆଇନ ଅନୁଯାୟୀ ଅନ୍ୟ ରାଜନେତାଙ୍କ ସହ ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯାଇଥିଲା  | ତେବେ କେନ୍ଦ୍ର ସରକାରଙ୍କ ହେବିୟସ କର୍ପସ ଏବଂ ତଦଜନୀତ ପଦକ୍ଷେପରେ ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯାଇ ଅଟକ ରଖାଯିବା ତାଙ୍କ ମୌଳିକ ଆଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି  ତାହ୍କର ମୁକ୍ତି ଦାବିରେ ସାରା ପାଇଲଟ ସୁପ୍ରିମକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ |

     ଏହି ମାମଲାରେ ବୁଧୁବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦେଇ ଓମାରଙ୍କ ମୁକ୍ତି ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି । ଏହା ମଧ୍ୟ ଜଣାଇ ଦେଇଛନ୍ତି , ଯଦି ଓମାରଙ୍କୁ ସରକାର ମୁକ୍ତ କରିବାର ଯୋଜନା ରଖିନଥିବେ ତେବେ ନିୟମ ତଥା ମାମଲାର ମେରିଟ ଭିତ୍ତିରେ ସାରା ପାଇଲଟଙ୍କ ଆବେଦନର ଶୁଣାଣି କରାଯିବ । 

ଗତ ସପ୍ତାହରେ ଓମାର ଅବଦୁଲ୍ଲାଙ୍କ ବାପା ତଥା ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରିଥିଲେ ସରାର । ଗୃହବନ୍ଦୀରୁ ମୁକ୍ତି ପରେ ସେ  ନିଜ ବାସଭବନରୁ ବାହାରିଥିଲେ | କେନ୍ଦ୍ର ସରକାରଙ୍କ  ଜାମ୍ମୁକାଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରିବା  ପରେପରେ ବନ୍ଦୀ ହେବା  ସିନିୟର ଅବଦୁଲ୍ଲା  ୭ ମାସ ପରେ ସେ ମୁକ୍ତ ହୋଇଥିଲେ | ତେବେ ମୁକ୍ତ ହେବା ପରେ ସଂସଦୀୟ ଅଧିବେଶନରେ ଯୋଗ ଦେବାର ଇଚ୍ଛା ଜାହିର କରିଥିବା ଫାରୁକ ଅବଦୁଲ୍ଲା କହିଥିଲେ ଯେ, କାଶ୍ମୀରର ସମସ୍ତ ନେତା ମୁକ୍ତ ନହେବା ଯାଏଁ ସେ କୌଣସି ମତାମତ ରଖିବେ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.