ବିଲ୍କିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ କ୍ଷମା ଦେଇ ଜେଲ୍ରୁ ଛାଡିଦେବା ଘଟଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ; ଗୁରୁତର ସହ ନେଲେ କୋର୍ଟ
23/08/2022 at 4:53 PM

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗାରେ ବିଲ୍କିସ୍ ବାନୋଙ୍କ ଦୁଷ୍କର୍ମ ଘଟଣାରେ ଦଣ୍ଡିତ ହୋଇ ୧୪ ବର୍ଷ ସଜା କାଟି ସାରିଥିବା ୧୧ ଅଭିଯୁକ୍ତଙ୍କୁ ସଜା ସରିବା ପୂର୍ବରୁ କ୍ଷମା ନିୟମ ଅନୁସାରେ, ଜେଲ୍ରୁ ଛାଡ଼ି ଦେଇଥିଲେ ଗୁଜୁରାଟ ସରକାର। ଯାହାକୁ ନେଇ ସାରା ଦେଶରେ ହୋହଲ୍ଲା ହୋଇଥିଲା। ଗୁଜରାଟ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ଏହି ମାମଲା ପୁଣିଥରେ ସୁପ୍ରିମକୋର୍ଟକୁ ଯାଇଛି।
ମହିଳା ଅଧିକାରଙ୍କୁ ନେଇ ସ୍ୱର ଉଠାଉଥିବା କାର୍ଯ୍ୟକର୍ତ୍ତାଙ୍କୁ ଦ୍ୱାରା ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ୧୧ ଦୋଷୀଙ୍କୁ ମିଳିଥିବା କ୍ଷମା ନିର୍ଦ୍ଦେଶକୁ ଉଠାଇ ନେବାକ ନିର୍ଦ୍ଦେଶ ଦେବା ପାଇଁ କାର୍ଯ୍ୟକର୍ତ୍ତାମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗଣଦୁଷ୍କର୍ମ ଓ ଗଣହତ୍ୟା ଭଳି ସଂଗୀନ ଅଭିଯୋଗରେ ଦୋଷୀମାନଙ୍କୁ କ୍ଷମା ଦିଆଯିବ କଥା ନୁହେଁ ବୋଲି ଆବେଦନରେ କୁହାଯାଇଛି। କାର୍ଯ୍ୟକର୍ତ୍ତା ସୁଭାଶିନୀ ଅଲି, ରେବତୀ ଲାଉଲ ଏବଂ ରୂପ ରେଖା ବର୍ମା କୋର୍ଟରେ ମାମଲା ଦାୟର କରିଛନ୍ତି।
ତେବେ ଏହା ପୂର୍ବରୁ ବରିଷ୍ଟ ଓକଲି କପିଲ ଶିବଲ ଏବଂ ଓକିଲ ଅପର୍ଣ୍ଣା ଭଟ୍ଟ ପୂର୍ବତନ ପ୍ରଧାନ ବିଚାରପତି ଏନ୍ଭି ରମାଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ପାଖରେ ଆପତ୍ତି ଉଠାଇଥିଲେ। କ୍ଷମା ପ୍ରଦାନକୁ ଚ୍ୟାଲେଞ୍ଜ କରାଯାଇଛି ବୋଲି ଶିବଲ କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ମାମଲାକୁ ଶୁଣାଣି କରିବା ପାଇଁ ବିଚାର କରିଛନ୍ତି। ତା ସହିତ ପୂର୍ବରୁ ୬ ହଜାର ଲୋକ ଓ କାର୍ଯ୍ୟକର୍ତ୍ତା ତଥା ଐତିହାସିକ ଏନେଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଦୋଷୀଙ୍କୁ ଦିଆଯାଇଥିବା କ୍ଷମାକୁ ଫେରାଇ ନିଆଯାଉ ବୋଲି ସେମାନେ କୋର୍ଟରେ ଦାବି କରିଥିଲେ।