ସାମ୍ନାକୁ ଆସିଲା ଆଲିଆଙ୍କ ହଲିଉଡ୍ ଡେବ୍ୟୁର ରିଲିଜ୍ ଡେଟ୍, ପୋଷ୍ଟ ସେୟାର କରି ଦେଲେ ସୂଚନା
19/01/2023 at 11:28 AM

ମୁମ୍ଵାଇ ୧୯।୦୧: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ। ୨୦୨୨ ବର୍ଷ ଆଲିଆଙ୍କ ପାଇଁ ବହୁତ ଭଲ ଥିଲା । ସେ ଚଳିତ ବର୍ଷ ଅଭିନୟ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍ ହୋଇଛି। ଏହା ବ୍ୟତୀତ ଏହି ବର୍ଷ ଆରମ୍ଭରେ ଅଭିନେତ୍ରୀ ରଣବୀର କପୁରଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ମାଆ ହୋଇଥିଲେ । ବର୍ତ୍ତମାନ ଅଭିନେତ୍ରୀଙ୍କ ହଲିଉଡ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।
ଏହାର କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଦର୍ଶାଯାଇଛି ଯେ ୨୦୨୩ ମସିହାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଥିବା ହଲିଉଡ ଚଳଚ୍ଚିତ୍ର ଏବଂ ଧାରାବାହିକର ଘୋଷଣା କରାଯାଇଛି। ଏଥିମଧ୍ୟରୁ ଆଲିଆ ତାଙ୍କ ହଲିଉଡର ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ତାରିଖ ମଧ୍ୟ ପ୍ରକାଶ କରିଛନ୍ତି। ୨ ମିନିଟ୍ ୨୮ ସେକେଣ୍ଡର ଏହି ଭିଡିଓରେ ୧୬ଟି ଚଳଚ୍ଚିତ୍ର ଏବଂ ସିରିଜର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।
HEART OF STONE, August 11,2023♥♥♥
— Alia Bhatt (@aliaa08) January 18, 2023
Only on Netflix https://t.co/jP1rFMF1ZN
ଭିଡିଓ ପରେ, ସମସ୍ତ ଚଳଚ୍ଚିତ୍ରର ସର୍ଟ କ୍ଲିପ୍ ଗୁଡିକ ପେଜ୍ରେ ସଙ୍ଗୀତ ସହିତ ସେୟାର କରାଯାଇଛି । ୮ ନମ୍ବରରେ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ଏକ କ୍ଲିପ୍ ସେୟାର କରାଯାଇଛି ।ଯେଉଁଥିରେ ଆଲିଆ ଭଟ୍ଟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ସହିତ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହି ଫିଲ୍ମ ଅଗଷ୍ଟ ୧୧ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।