ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ତାଲିବାନୀଙ୍କ ବର୍ବରତା : ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ବି ଛାଡିଲେନି, ଅତି ନିର୍ମମ ଭାବେ କଲେ ହତ୍ୟା

20/08/2021 at 12:37 PM

କାବୁଲ ୨୦/୦୮ : ରକ୍ତମୁଖା ତାଲିବାନ ଏବେ ନରସଂହାର କରିବାରେ ଲାଗିଛନ୍ତି । ତେବେ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ସାମ୍ୱାଦିକ । ତାଲିବାନମାନେ ଘରକୁ ଘର ବୁଲି ଖୋଜି ବୁଲୁଛନ୍ତି ଜର୍ମାନୀରେ କାମ କରୁଥିବା ସାମ୍ବାଦିକଙ୍କ ତାଲିକା । ଜଣଙ୍କ ପରେ ଜଣେ ତାଲିବାନମାନଙ୍କ ଶିକାର ହେବାରେ ଲାଗିଛନ୍ତି । ହେଲେ ଏବେ ତାଲିବାନମାନେ ସେମାଙ୍କର ସମ୍ପର୍କୀୟଙ୍କୁ ବି ଛାଡିନାହାଁନ୍ତି ।

ଜଣେ DW ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ତାଲିବାନ ମାନେ ହମଲା କରିଛନ୍ତି । ଅର୍ଥାତ ତାଲିବାନଙ୍କ ଗୁଳି ଜଣଙ୍କ ମୃତ୍ୟୁ ହେବ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଅନ୍ୟ ସମ୍ପର୍କୀୟମାନେ ଶେଷ ମୁହୂର୍ତ୍ତରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କର ଦୋଷ ହେଲେ ଏତିକି ଯେ, ଏମାନେ ସମସ୍ତେ ସାମ୍ୱାଦିକଙ୍କ ସମ୍ପର୍କୀୟ । ସେପଟେ DW’s ମହାନିର୍ଦ୍ଦେଶକ ପିଟର ଲିମବର୍ଗ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।

ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜର୍ମାନ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ସୂଚନା ଦେଇ କହିଛନ୍ତି “ଗତକାଲି ତାଲିବାନ ଦ୍ୱାରା ଆମର ଜଣେ ସଂପାଦକଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ । ଏହା ସ୍ପଷ୍ଟ କରୁଛି ଯେ, ଆଫଗାନିସ୍ତାନରେ ଆମର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର କିଭଳି ଭୟଙ୍କର ବିପଦରେ ଅଛନ୍ତି । ଗତ କିଛି ଦିନ ଏବଂ ସପ୍ତାହଗୁଡିକର ଘଟଣା ଏହାକୁ ସ୍ପଷ୍ଟ କରେ ।

ତାଲିବାନ ଅତି କମରେ ତିନିଜଣ DW ସାମ୍ବାଦିକଙ୍କ ଘରେ ଚଢାଉ କରିଛନ୍ତି । ବେସରକାରୀ ଟେଲିଭିଜନ ଷ୍ଟେସନ ଗର୍ଗାଶ୍ ଟିଭିର ନେମାତୁଲ୍ଲା ହେମାତ୍ ତାଲିବାନ ଦ୍ୱାରା ଅପହରଣ ହୋଇଥିବା ଜଣାପଡିଛି । ସରକାରୀ ରେଡିଓ ଷ୍ଟେସନ ପାକ୍ଟିଆ ଗାଗ ରେଡିଓର ମୁଖ୍ୟ ଟୁଫାନ୍ ଓମାର ତାଲିବାନ ଯୁଦ୍ଧବିମାନ ଦ୍ୱାରା ତାଙ୍କୁ ଟାର୍ଗେଟ କରି ହତ୍ୟା ବି କରିଛନ୍ତି ।

   Related Posts