'ଯୋଡି ସଲାମତ ରହେ', ରାଘବ ଚଢା-ପରିଣୀତିଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଦେଲେ AAP ସାଂସଦ

Published By : Prameya-News7 Bureau | March 28, 2023 IST

ନୂଆଦିଲ୍ଲୀ ୨୮/୦୩ : ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ସଡକରୁ ସଂସଦ ସବୁଠି ଏନେଇ ଚର୍ଚ୍ଚା ।

ଅତି ନିକଟରେ ଏମାନଙ୍କ ହାତଗଣ୍ଠି ପଡିବ ବୋଲି ଶୁଣିବାକୁ ମିଳିଛି । ଯଦିଓ ଉଭୟ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ରଖୁନାହିଁନ୍ତି । କିନ୍ତୁ ଉଭୟ ଏକାଠି ବୁଲୁଥିବାର ଅନେକ ବାର ନଜର ଆସୁଛନ୍ତି । ଏପରିକି ମୁମ୍ୱାଇର ବଡ ବଡ ରେଷ୍ଟୁରାଣ୍ଟ ଲଞ୍ଚ ଡିନର କରୁଥିବା ଭିଡିଓ ବି ଭାିରାଲ୍ ହୋଇଛି ।

wp:html /wp:html

ଏହାରି ଭିତରେ ନଜର ଆସିଛି AAP ସାଂସଦଙ୍କ ଟ୍ୱିଟ୍ । ଯାହାକୁ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି । AAP ସାଂସଦସଞ୍ଜୀବ ଅରୋଡା ଟ୍ୱିଟ୍ କରି ଲେଖିଛନ୍ତି ଯୋଡିକୁ ଖୁବ୍ ସୁନ୍ଦର । ଆଉ ଏହି ଲଭ୍ ବାର୍ଡକୁ ମୋର ଶୁଭେଚ୍ଛା । ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ବୋଲି ଟ୍ୱିଟ କରି କହିଛନ୍ତି । ସାଂସଦ ଟ୍ୱିଟ୍‌ରେ ପରିଣୀତି ଓ ରାଘବଙ୍କ ଫଟୋକୁ ଯୋଡି ସେୟାର କରି କ୍ୟାପସନ ବି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.