ସନ୍ଦେଶଖାଲି ହିଂସା: ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ NCW ଅଧ୍ୟକ୍ଷା, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ପାଇଁ କଲେ ସୁପାରିଶ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୫।୩: ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷା ରେଖା ଶର୍ମା ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ସେ ସନ୍ଦେଶଖାଲି ହିଂସାକୁ ନେଇ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ସୁପାରିଶ କରିଛନ୍ତି। ଏହା ପୂର୍ବରୁ ଜାତୀୟ ଅନୁସୂଚିତ ଜାତି ଆୟୋଗ, ଅନୁସୂଚିତ ଜନଜାତି ଆୟୋଗ ସମେତ ଅନ୍ୟ ଅନୁଷ୍ଠାନମାନେ ମଧ୍ୟ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଜରି ନିମନ୍ତେ  ସୁପାରିଶ କରିଛନ୍ତି।

{"id":917484,"sizeSlug":"full","linkDestination":"none"}

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏନସିଡବ୍ଲୁ ଅଧ୍ୟକ୍ଷା କହିଛନ୍ତି ଯେ ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପରିସ୍ଥିତି ଏବେବି ଗୁରୁତର ରହିଛି। ସେ କହିଛନ୍ତି ଯେ ସନ୍ଦେଶଖାଲି କେବଳ ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ହିଂସାର ଅନେକ ଘଟଣା ସାମ୍ନାକୁ ଆସିଛି ଓ ଏଥିରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି। ଏଥି ପାଇଁ ଏନସିଡବ୍ଲୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ସୁପାରିଶ କରିଥିବା କହିଛନ୍ତି।

{"id":917485,"sizeSlug":"full","linkDestination":"none"}

ସାକ୍ଷାତ ଆଲୋଚନା ସମୟରେ ରେଖା ଶର୍ମା କହିଛନ୍ତି ଯେ ରାଜ୍ୟର ପରିସ୍ଥିତି ସମ୍ପର୍କରେ  ରାଷ୍ଟ୍ରପତି  ଅବଗତ ଥିବା କହିଛନ୍ତି ଓ ଏହା ଉପରେ ପାଖରୁ ନଜର ରଖିଛନ୍ତି। ସନ୍ଦେଶଖାଲିରେ ବହୁ ସଂଖ୍ୟାରେ ମହିଳାମାନେ ଟିଏମସି ନେତା ଶାହଜାହଁ ଶେଖ ଓ ତାଙ୍କ ଅନୁଗତଙ୍କ ଦ୍ୱାରା ଶୋଷିତ ଓ ନିର୍ଯାତୀତ ହୋଇଛନ୍ତି। ସେମାନେ ମହିଳାମାନଙ୍କ ଯୌନ ଶୋଷଣ କରିବା ସହ ସେମାନଙ୍କ ସମ୍ପତ୍ତି ବଳ ପୂର୍ବକ ଅପହରଣ କରିନେଇଛନ୍ତି। ଏଣୁ ଏ ବାବଦରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଷ୍ଟ୍ରପତି ଏନସିଡବ୍ଲୁ ଅଧ୍ୟକ୍ଷାଙ୍କୁ ଆଶ୍ୱସ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.