suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବିଜେପିରୁ ଦିଲ୍ଳୀ ମେୟର ପ୍ରାର୍ଥୀ ହେଲେ ରେଖା ଗୁପ୍ତା: ୩ ଥର କାଉନସିଲର ଭାବରେ ହୋଇଛନ୍ତି ନିର୍ବାଚିତ

27/12/2022 at 3:48 PM

ନୂଆଦିଲ୍ଲୀ, ୨୭/୧୨: ଦିଲ୍ଲୀ ମେୟର ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତା। ଶାଲିମାର ବାଗ୍‌ରୁ ତିନି ଥର କାଉନସିଲର ରହିଥିବା ରେଖା ଗୁପ୍ତା ମଙ୍ଗଳବାର ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ସେହିପରି ରାମ ନଗର ଓ୍ବାର୍ଡରୁ କମଲ ବାଗରୀ ଡେପୁଟୀ ମେୟର ପଦବୀ ପାଇଁ ଲଢ଼ିବେ। ଆସନ୍ତା ଜାନୁଆରୀ ୬ ତାରିଖରେ ମେୟର ନିର୍ବାଚନ ହେବ।

ସୂଚନାଯୋଗ୍ୟ, ଏମସିଡି ନିର୍ବାଚନରେ ବିଜେପି ୨୫୦ ସିଟ୍‌ରୁ ୧୦୪ ସିଟ୍ ହାତେଇଛି। ମଙ୍ଗଳବାର ବିଜେପି ମେୟର ଏବଂ ଡେପୁଟି ମେୟର ସମେତ ବିଭିନ୍ନ ଏମସିଡି ପଦବୀ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ରେଖା ଗୁପ୍ତାଙ୍କୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ୱାରକା କାଉନସିଲର କମଲଜିତ ସେହରୱାଟଙ୍କୁ ସ୍ଥାୟୀ କମିଟି ସଦସ୍ୟ ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଏହା ପୂର୍ବରୁ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଛନ୍ତି।

ସେପଟେ ୧୩୪ ସିଟ୍‌ ଜିତିଥିବା ଆମ୍‌ ଆଦମୀ ପାର୍ଟି ଦିଲ୍ଳୀ ମେୟର ପାଇଁ ଶେଲୀ ଓବରଏ ଏବଂ ମହମ୍ମଦ ଇକବାଲଙ୍କୁ ଦିଲ୍ଳୀ ମେୟର ଏବଂ ଡେପୁଟି ମେୟର ଭାବରେ ପ୍ରାର୍ଥୀ କରିଛି। ଉଭୟ ନାମାଙ୍କନ ଭରିଛନ୍ତି।

   Related Posts