ସାରା ଦେଶରେ ବଦଳିବ ୩୫ ଷ୍ଟେସନର ଚେହେରା, ଆପଣଙ୍କ ସହର ନାହିଁ ତ ସୂଚୀରେ ?

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ ୭।୧୧: ରେଳମନ୍ତ୍ରାଳୟ ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ନିମନ୍ତେ ନିରନ୍ତର ପ୍ରୟାସରତ । ଟିକେଟ୍ ବୁକିଙ୍ଗରୁ ଆରମ୍ଭ କରି ପ୍ଲାଟଫର୍ମରେ ସୁବିଧା ଲାଗି ରେଳବାଇ ଅନେକ ପରିବର୍ତ୍ତନ କରନ୍ତି। ଏହିକ୍ରମରେ ରେଳବାଇ ପୁଣି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ରେଳବାଇ ୩୫ଟି ରେଳ ଷ୍ଟେସନର ଉନ୍ନତିକରଣ କରିବାକୁ ଯାଉଛନ୍ତି। ଏଥିରୁ କେତେକ ଷ୍ଟେସନର ବିକାଶ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆଉ କେତେକର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସବୁ ଷ୍ଟେସନର ବିକାଶ ନିଜେ ରେଳବାଇ କରୁଛନ୍ତି। ଏଣୁ ସବୁ ଷ୍ଟେସନର ଉନ୍ନତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ଷ୍ଟେସନ ଉନ୍ନତିକରଣ ସୂଚୀରେ କେଉଁସବୁ ଷ୍ଟେସନର ନାମ ରହିଛି। ଏଥିରେ ଅଯୋଧ୍ୟା ଷ୍ଟେସନର ବିକାଶକୁ ପ୍ରାଥମିକତା ଦିଆଯାଇଥିବା ବେଳେ ପଛକୁ ବିଜୱାସନ, ସଫଦରଜଙ୍ଗ, ଗୋମତି ନଗର, ତିରୁପତି, ଗୟା, ଉଧନା, ସୋମନାଥ, ଏର୍ଣ୍ଣାକୁଲ୍ଲମ ଓ ପୁରୀ ଷ୍ଟେସନ ରହିଛି।

{"id":706132,"width":715,"height":424,"sizeSlug":"full","linkDestination":"none"}

ସେହିପରି ନ୍ୟୁ ଜଲପାଇଗୁଡି, ମୁଜଫରପୁର, ଲକ୍ଷ୍ନୌ (ଚାରବାଗ),ଡକାନିୟା ତାଲବ, କୋଟା, ଜମ୍ମୁ ତ୍ୱୱି, ଜଲନ୍ଧର କେଣ୍ଟ,  ନେଲ୍ଲୋର, ସାବରମତି,ଫରିଦାବଦ, ଜୟପୁର, ଭୁବନେଶ୍ୱର, କୋଲ୍ଲମ, ଉଦୟପୁର ସିଟି, ଜୟସାଲ୍ମେର, ରାଞ୍ଚୀ, ବିଶାଖାପାଟଣା, ପୁଡୁଚେରୀ, କଟପଡି, ରାମେଶ୍ୱରମ, ମଦୁରାଇ, ସୁରତ, ଯୋଦ୍ଧପୁର, ଚେନ୍ନାଇ ଇଗମୋର ଓ ନ୍ୟୁ ଭୁଜ ଷ୍ଟେସନ ଆଦିର ଉନ୍ନତିକରଣ ହେବ।

ଷ୍ଟେସନମାନଙ୍କର ନୂଆ କଳେବରରେ ଷ୍ଟେସନକୁ ସହରର ଉଭୟ ପାର୍ଶ୍ୱରୁ ସଂଯୋଗ କରାଯିବ। ପ୍ରତି ଷ୍ଟେସନରେ ଫୁଡ କୋର୍ଟ, ୱେଟିଂ ଲାଉଞ୍ଜ ବ୍ୟତୀତ ପିଲାଙ୍କ ଖେଳିବା ଲାଗି ମଧ୍ୟ ସ୍ଥାନ ରହିବ। ଏହା ଛଡା ସହରର ସ୍ଥାନୀୟ ଉତ୍ପାଦକୁ ପ୍ରମୋଟ କରିବା ଲାଗି ମଧ୍ୟ ଷ୍ଟେସନରେ ସ୍ଥାନ ନିର୍ଦ୍ଧାରିତ ହେବ। ସେହିପରି ଯେଉଁ ରେଳ ଷ୍ଟେସନଗୁଡିକ ସହରର କେନ୍ଦ୍ର ସ୍ଥଳରେ ରହିଛି ସେଠାରେ ସିଟି ସେଣ୍ଟର ଭଳି ସ୍ଥାନ ନିର୍ମାଣ କରାଯିବ।

{"id":706134,"width":722,"height":481,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା ମଧ୍ୟ ମାଷ୍ଟର ପ୍ଲାନରେ ରହିଛି। ଏହା ଛଡା ଷ୍ଟେସନକୁ ପରିବହନର ସବୁ ପ୍ରକାର ବ୍ୟବସ୍ଥା ସହ ସଂଯୁକ୍ତ କରାଯିବ। ଷ୍ଟେସନ ସହିତ ଅଟୋ, ଟ୍ୟାକ୍ସି ଓ ବସ୍‌ ଷ୍ଟାଣ୍ଡ ଇଣ୍ଟର କନେକ୍ଟେଡ ରହିବେ। ଷ୍ଟେସନର ବିଲ୍ଡିଂ ଗ୍ରୀନ ଟେକନିକ୍‌ରେ ନିର୍ମାଣ କରାଯିବ, ଯେଉଁଥିରେ ଦିବ୍ୟାଙ୍ଗଙ୍କ ଲାଗି ବିଶେଷ ବ୍ୟବସ୍ଥା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.