ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ଅନୁରୋଧ

Published By : Prameya-News7 Bureau | September 27, 2020 IST

ଚଣ୍ଡିଖୋଲ, ୨୭|୦୯: ଯାଜପୁର ଜିଲ୍ଲା   ବଡ଼ଚଣା  ନରଣପୁରଠାରେ ସ୍ୱାସ୍ଥ୍ୟ କର୍ମୀମାନେ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ  ଅନୁରୋଧ କରିଛନ୍ତି । ଓଡ଼ିଶା ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ଯାଜପୁର ଜିଲ୍ଲା  ସ୍ବାସ୍ଥ୍ୟ  କର୍ମୀ ସଭାନେତ୍ରୀ ବିଷ୍ଣୁପ୍ରିୟା  ସାମ୍ବାଦିକ ସମ୍ମିଳନୀରେ ଏନେଇ ଅବଗତ କରାଇଥିଲେ ।

ସେ କହିଥିଲେ ଯେ, ଗତ ୨୫ ତାରିଖ ଦିନ ଡେପୁଟି ସେକ୍ରେଟାରୀ ସ୍ବାସ୍ଥ୍ୟ ବିଭାଗଙ୍କ ପକ୍ଷରୁ ଏକ ପତ୍ର ସଂଖ୍ୟା-୨୧୬୪୯ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠିରେ ସ୍ବାସ୍ଥ୍ୟକର୍ମୀଙ୍କର ସମ୍ପ୍ରସାରଣ ଏବଂ ପୁନଃ ନିଯୁକ୍ତି ବିଷୟରେ ତର୍ଜମା କରି ୭ ଦିନ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

ଜିଲ୍ଲାପାଳଙ୍କୁ ବିନମ୍ର ଅନୁରୋଧ କରି ସେ କହିଛନ୍ତି ଯେ, ବଢୁଥିବା  କୋରନା ସଂକ୍ରମଣର ସତର୍କତା ଓ ନିରାକରଣ, ଉପଯୁକ୍ତ ସ୍ବାସ୍ଥ୍ୟ ସେବାକୁ ନଜରରେ ରଖି ବିନା ଭେଦଭାବ ଏବଂ ସ୍ବାସ୍ଥ୍ୟ କର୍ମୀମାନଙ୍କର ମାନସିକ ଭାବନା ତଥା ସେମାନଙ୍କ ଆର୍ଥିକ ସ୍ଥିତିକୁ ବିଚାରକୁ ନିଆଯାଉ । ଏହାସହ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ମହିଳା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ସହିତ ସମ୍ପ୍ରସାରଣ ବିଷୟରେ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.