ମୁମ୍ଵାଇ ୧୭।୧୧: ଏବେ ବି ଇଣ୍ଡଷ୍ଟ୍ରିରେ କାମ ମିଳିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରଯୋଜକ-ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ କାଷ୍ଟ୍ କରିବାକୁ ଚାହୁଁନାହାନ୍ତି । ତଥାପି ସେ ଆଶା ଛାଡ଼ିନାହାନ୍ତି । ଖୁବ୍ଶୀଘ୍ର ସ୍ଥିତି ସୁଧୁରିବ ବୋଲି ରିୟା କହନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଏବେ ବି ଖୁବ୍ ଟ୍ରୋଲ୍ କରାଯାଉଛି । କିନ୍ତୁ ପରିବାରର ସମର୍ଥନ ଯୋଗୁ ସେ ଏ ସବୁକୁ ସାହସର ସହ ସାମ୍ନା କରୁଛନ୍ତି ବୋଲି କହିଛନ୍ତି ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ୨୦୨୦, ସେପ୍ଟେମ୍ବର ୮ ତାରିଖରେ ଡ୍ରଗ୍ସ ମାମଲାରେ ରିୟାଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ସୁଶାନ୍ତଙ୍କ ପାଖରେ ଡ୍ରଗ୍ସ ପହଞ୍ଚାଇବା ଅଭିଯୋଗ ହୋଇଥିଲା । ତାଙ୍କୁ ୨୮ ଦିନ ଜେଲରେ ରହିବାକୁ ପଡ଼ିଥିଲା । ଜେଲରୁ ମୁକୁଳିବା ପରେ ସେ ଫିଲ୍ମ ‘ଚେହ୍ରେ’ରେ ନଜର ଆସିଲେ । କିନ୍ତୁ ଦର୍ଶକ ତାଙ୍କୁ ଖାସ୍ ପସନ୍ଦ କଲେ ନାହିଁ । ଏହା ପରେ ରିୟାଲିଟି ଶୋ’ ‘ରୋଡିଜ୍-୧୯’ରେ ସେ ଗ୍ୟାଙ୍ଗ୍ ଲିଡର ଭାବେ ନଜର ଆସିଲେ । କ୍ୟାରିଅର୍କୁ ନେଇ ମନରେ ଭୟ ଅଛି, କିନ୍ତୁ ଖୁବ୍ଶୀଘ୍ର ସ୍ଥିତି ସାମାନ୍ୟ ହୋଇଯିବ ବୋଲି ସେ କହନ୍ତି । ପୂର୍ବାପେକ୍ଷା ଏବେ ସ୍ଥିତି ଟିକିଏ ସୁଧୁରିଛି ।
ସମାଲୋଚକମାନେ ପୂର୍ବାପେକ୍ଷା ଶାନ୍ତ ପଡ଼ିଛନ୍ତି । ୨୦୧୨ ମସିହାରେ ତେଲୁଗୁ ଫିଲ୍ମ ‘ଟୁନେଗା ଟୁନେଗା’ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ‘ମେରେ ଡାଡ୍ କି ମାରୁତି’ ଫିଲ୍ମ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କଲେ । ତା’ପରେ ‘ସୋନାଲି କେବଲ୍’ ଫିଲ୍ମରେ ନଜର ଆସିଲେ, ଯାହାର ଗୀତ ହିଟ୍ ହେବା ପରେ ରିୟାଙ୍କୁ ଖୁବ୍ ଲୋକପ୍ରିୟତା ମିଳିଲା । ତା’ପରେ ‘ବ୍ୟାଙ୍କ୍ ଚୋର’, ‘ହାଫ୍ ଗର୍ଲଫ୍ରେଣ୍ଡ୍’ ଭଳି ଫିଲ୍ମରେ ସେ ନଜର ଆସିଲେ ।
wp:embed {"url":"https://www.prameyanews7.com/masaba-gupta-slams-ramiz-raja-neena-gupta-vivian-richards/","type":"wp-embed","providerNameSlug":"prameya-news-7"} /wp:embed