Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

୧୦ ଘଣ୍ଟା ଧରି ରିୟାଙ୍କୁ ଜେରା କଲା ସିବିଆଇ, ଗୁଡେଇତୁଡେଇ ପଚାରିଲା ପ୍ରଶ୍ନ

28/08/2020 at 10:21 PM

ମୁମ୍ବାଇ, ୨୮।୦୮:   ସିବିଆଇ ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୧୦ ଘଣ୍ଟା ଜେରା କରିଛି । ସିବିଆଇ ଶୁକ୍ରବାର ରିୟାଙ୍କୁ ପଚରାଉଚୁରା ପାଇଁ ଡାକିଥିଲା । ପୁଣି ମଧ୍ୟ ଜେରା ପାଇଁ ତାଙ୍କୁ ଡକାଯାଇପାରେ ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଆଜି ଜେରା କରିଥିଲା। ଏହି ମାମଲାରେ ତଦନ୍ତ କରିବାରେ ସିବିଆଇକୁ ମୁମ୍ବାଇରେ ସାତ ଦିନ ବିତି ସାରିଛି ଏବଂ ତଦନ୍ତର ଆଜି ଅଷ୍ଟମ ଦିନ। ଯାଞ୍ଚ ଏଜେନ୍ସି ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଜେରା କରିଛି। ଆଜି ପ୍ରଥମ ଥର ସିବିଆଇ ରିୟାଙ୍କୁ ଜେରା କରିଥିଲା। ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୦ ପ୍ରଶ୍ନ ପଚାରିଛି। ଅପରପକ୍ଷେ ସୁଶାନ୍ତଙ୍କ ପ୍ରଶଂସକ ଲଗାତାର ରିୟାଙ୍କ ଗିରଫଦାରୀ ଦାବି କରି ଏଜେନ୍ସି ଉପରେ ଚାପ ପକାଉଛନ୍ତି।

ଜେରା ବେଳେ ସିବିଆଇ ରିୟାଙ୍କୁ ଅନେକ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁସାରେ, ରିୟାଙ୍କ ପଚରାଉଚରା ପାଇଁ ସିବିଆଇ ଅନେକ ପ୍ରଶ୍ନ ପ୍ରସ୍ତୁତ କରିଥିଲା । ସୁଶାନ୍ତଙ୍କ ସହ ରିୟାଙ୍କ କେବେ ଦେଖା ସାକ୍ଷାତ ହେଲା କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଏହି ସବୁ ରିୟାଙ୍କୁ ପଚରାଯାଇଛି । ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା  ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା ବାବଦରେ ମଧ୍ୟ ଅନେକ ଗୁଡେଇତୁଡେଇ ପ୍ରଶ୍ନ କରିଛି ସିବିଆଇ ।

   Related Posts