ରିୟାଙ୍କୁ ଶନିବାର ପୁଣି ଜେରା କଲା ସିବିଆଇ, ହୋଇପାରେ ପଲିଗ୍ରାଫ୍ ଟେଷ୍ଟ୍, ଡ୍ରଗ୍ସ୍ ଲିଙ୍କ୍ ନେଇ ଚାଲିଛି ଖୋଳତାଡ

Published By : Prameya-News7 Bureau | August 29, 2020 IST

ଭୁବନେଶ୍ୱର, ୨୯|୦୮:  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଜାରି । ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା କରିଛି ସିବିଆଇ । ୮ ଘଣ୍ଟା ଧରି ଜେରା କରାଯାଇଥିଲା । ଶୁକ୍ରବାର ରିୟାଙ୍କ ଭାଇ ସୌଭିକ୍‌ଙ୍କୁ ୧୪ ଘଣ୍ଟା ପଚରା ଉଚରା କରିଥିବା ବେଳେ ତାଙ୍କ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କୁ ଗତକାଲି ଇଡି ଜେରା କରିଥିଲା ।

ରିୟାଙ୍କୁ ସିବିଆଇ ଜେରା । ଦୀର୍ଘ ୮ ଘଣ୍ଟା ଧରି ମାରାଥନ ଜେରା କଲା ସିବିଆଇ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବାକୁ ନୋଟିସ୍ କରିଥିଲା ସିବିଆଇ । ଦିନ ୧୦ଟାରେ ଡିଆରିଡିଓ ସିବିଆଇର ଅସ୍ଥାୟୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରିୟା । ସିବିଆଇ ଟିମ୍‌ର ନେତୃତ୍ବ ନେଉଥିବା ନୁପୁର ପ୍ରସାଦ ଜେରା କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ସିବିଆଇ ରିୟାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା । ଜୁନ୍ ୮ରେ କଣ ଘଟିଥିଲା ? ସୁଶାନ୍ତଙ୍କ ମୃତ୍ୟୁ ଖବର କେମିତି ଓ କେତେବେଳେ ପାଇଲେ ? ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସହ ସଂପର୍କ କମେତି ଥିଲା? ତାଙ୍କ ପରିବାର ସହ ସଂପର୍କ କେମିତି ଥିଲା ଏମତି ୨ ରୁ ୩ ଦଫାରେ ପ୍ରଶ୍ନ କରିଥିଲା ସିବିଆଇ ଟିମ୍‌ । ରିୟାଙ୍କ ସହ ସୁଶାନ୍ତଙ୍କ ସହ ରହୁଥିବା ସାଙ୍ଗ ସିଦ୍ଧାର୍ଥ ପିଠାନୀ ଏବଂ ହାଉସ୍ ମ୍ୟାନେଜର ସାମୁଏଲ୍‌ ମିରାଣ୍ଡା ବି ଡିଆରଡିଓ ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ ।  ସିଦ୍ଧାର୍ଥ ପିଠାନୀଙ୍କୁ କିଛି ସମୟ ଧରି ବି ଜେରା କରିଥିଲା ସିବିଆଇ ।

{"id":322189,"sizeSlug":"large"}

ଶୁକ୍ରବାର ସିବିଆଇ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ପଚରା ଉଚରା କରିଥିଲା । ସେହିପରି ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଗତକାଲି ଇଡ଼ି ବି ଜେରା କରିଥିଲା । ଗତ ଆଠ ଦିନ ଭିତରେ ସିବିଆଇ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ସହ ତଦନ୍ତ ମଧ୍ୟ ଜାରି ରଖିଛି । ସେପଟେ ଆଜି ଏହି ମାମଲାରେ ଗୌରବ ଆର୍ଯ୍ୟଙ୍କୁ ପଚରା ଉଚରା ପାଇଁ ନୋଟିସ କରିଛି ଇଡ଼ି । ଗୌରବ ଆର୍ଯ୍ୟଙ୍କୁ ଅଗଷ୍ଟ ୩୧ ତାରିଖରେ ଇଡ଼ି ଅଫିସରେ ପହଞ୍ଚିବା ପାଇଁ କୁହାଯାଇଛି । ପୂର୍ବରୁ ରିୟା ଚକ୍ରବର୍ତ୍ତୀ  ଓ ଗୌରବ ଆର୍ଯ୍ୟାଙ୍କ ହ୍ବାଟସ୍‌ ଆପ୍‌ ଚାଟ ଭାଇରାଲ ହୋଇଥିଲା ।

ରିୟାଙ୍କୁ ଖୁବ୍‌ ଶୀଘ୍ର ପଲିଗ୍ରାଫ ଟେଷ୍ଟ କରିବାକୁ ଯୋଜନା କରୁଛି ସିବିଆଇ । ତେବେ ଏଥିପାଇଁ ସିବିଆଇକୁ କୋର୍ଟଙ୍କ ଅନୁମତି ନେବାକୁ ପଡିବ । ସେହିଭଳି ଏନସିବି ସୁଶାନ୍ତ ମୃତ୍ୟୁ ମାମଲାରେ ଡ଼୍ରଗସ୍ ଲିଙ୍କ ନେଇ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.