scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଶାସନ ପକ୍ଷରୁ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି, ଆଜିଠୁ ପଞ୍ଜିକରଣ କରିବେ ହବିଷ୍ୟାଳି

3/10/2023 at 7:57 AM

ପୁରୀ ୦୩।୧୦: କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ଆଜିଠାରୁ ଆରମ୍ଭ ହେଲା ପଞ୍ଜିକରଣ। କାର୍ତ୍ତିକରେ ଯେଉଁ ହବିଷ୍ୟାଳି ମାନେ ସରକାରଙ୍କ ଯୋଜନାରେ ସାମିଲ୍ ହୋଇ ପୁରୀ ଆସି ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଉଛି ବ୍ୟାପକ ବ୍ୟବସ୍ଥା।

ତେବେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ଫୋନ୍ ନମ୍ୱର୍ ଜାରି କରାଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ୯୪୩୭୩୦୨୬୧୮, ଜିଲ୍ଲା କ୍ରୀଡ଼ା ଅଧିକାରୀ ୯୪୩୭୩୦୨୬୮ ସହ ଜିଲ୍ଲା କାର୍ଯ୍ୟାଳୟ ୦୬୭୫୨-୨୨୨୬୪ ଫୋନ୍ ନମ୍ବର ଜାରି କରାଯାଇଛି। ଏଥିସହ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ହବିଷ୍ୟାଳି ମାନେ କରିପାରିବେ ଆବେଦନ।

ସେହିପରି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ, ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ଛକ କଲ୍ୟାଣ ମଣ୍ଡପରେ କରାଯିବ ବ୍ୟବସ୍ଥା। ଚଳିତବର୍ଷ ୩ ହଜାରରୁ ଅଧିକ ହବିଷ୍ୟାଳିଙ୍କ ବ୍ରତ ପାଳନ ନିମନ୍ତେ ରହିବା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ସହ ସମସ୍ତ ବ୍ୟବସ୍ଥା କରାଯିବ।

   Related Posts