ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ: ମାନିଲେ ପୁରସ୍କାର, ନ ମାନିଲେ ଦଣ୍ଡ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ମୁଖ୍ୟ କାରଣ। ତେଣୁ ବିଦେଶରୁ ଆସୁଥିବା ବ୍ୟକ୍ତି ପଞ୍ଜିକରଣ କରିବା ବାଧ୍ୟତା ମୂଳକ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନ କରିବା ଏବଂ ସଂକ୍ରମଣ ମୁକ୍ତ  କରିବା ଓ କ୍ବାରାଣ୍ଟାଇନରେ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାକୁ ନେଇ ରାଜ୍ୟ ସରକାର ନିୟମାବଳୀ ଲାଗୁ କରିଛନ୍ତି।

୧- ବିଦେଶରୁ ଓଡ଼ିଶା​‌ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଟୋଲଫ୍ରି ନମ୍ବର କିମ୍ବା ଅନଲାଇନ ପୋର୍ଟାଲ, covid19.odisha,gov.in ଜରିଆରେ ପଞ୍ଜିକରଣ କରି ପାରିବେ।

୨-  ବିଦେଶରୁ ଓଡ଼ିଶାରେ ପଞ୍ଜିବାର ୨୪ ଘଣ୍ଟା ମଧ୍ୟରେ ଏହି ପଞ୍ଜିକରଣ କରିବା ଆବଶ୍ୟକ। ସେଥିରେ ବିଦେଶୀ ଫେରନ୍ତା  ବ୍ୟକ୍ତିଙ୍କ ଫୋନ ନମ୍ବର ରହିବା ସହ ୧୪ ଦିନ ପର୍ଯ୍ୟନ୍ତ ପରିବାରଠାରୁ ଦୂରେଇ ରହିବେ।

୩- ପଞ୍ଜିକରଣ ଏବଂ ହୋମ କ୍ବାରଣ୍ଟାଇନ ପାଇ୍ଁ ସଂପୃକ୍ତ ବ୍ୟକ୍ତିଙ୍କୁ ପନ୍ଦର ହଜାର ଟଙ୍କା ପ୍ରୋତ୍ସାହନ ଭାବେ ଦିଆଯିବ।

୪- ହୋମ କ୍ବାରଣ୍ଟାଇନ ସମୟରେ ନିୟମିତ ଭାବରେ ସେମାନଙ୍କର ଅବସ୍ଥିତି ସଂପର୍କରେ ଯାଞ୍ଚ କରାଯିବ।

୫- ମାର୍ଚ୍ଚ ୪ ତାରିଖ ଦିନ କିମ୍ବା ତା ପରେ ରାଜ୍ୟରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କୁ ପଞ୍ଜିକରଣ କରିବା ପାଇଁ ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ପଞ୍ଜିକରଣ କରି ପାରିବେ।

୭- ଏହି ନିୟମବଳିକୁ ଉଂଲଘନ କରୁଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ହେବେ।

୮- ବିଦେଶରୁ ଆସୁଥିବା ଯାତ୍ରୀମାନେ କୋଭିଡ-୧୯ର ବାହକ ହେବାର ବହୁତ ଆଶଙ୍କା ରହିଛି। ତେଣୁ ଓଡ଼ିଶାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର  ଏହିସବୁ ପଦକ୍ଷେପ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.