କୁକୁର ବିଲେଇ ପାଳିବାକୁ ହେଲେ କରିବାକୁ ହେବ ରେଜିଷ୍ଟ୍ରେସନ, ନଗର ନିଗମ ଜାରି କଲା ନିୟମ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ, ୧୩/୧୨: ନୋଏଡାରେ କୁକୁର ବିଲେଇ ପାଳିବା ପାଇଁ ଏବେ କିଛି ନିୟମ ମାନିବାକୁ ପଡ଼ିବ। ଏଠାରେ ଲୋକଙ୍କୁ କୁକୁର-ବିଲେଇଙ୍କୁ ପାଳିବାକୁ ହେଲେ ସେମାନଙ୍କର ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏଥିପାଇଁ ପ୍ରତିବର୍ଷ ୫୦୦ ଟଙ୍କା ଦେବାକୁ ହେବ। ଯଦି ନିୟମ ପାଳନ କରୁନାହାଁନ୍ତି ତେବେ ତାଙ୍କ ଉପରେ ଜରିମାନା ଲଗାଯିବ। ନୋଏଡା ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ଏହି ପଲିସିରେ ଅନେକ ନୂଆ ନିୟମ ରହିଛି।

ଏଥିରେ କୁହାଯାଇଛି ଯେ ଯଦି ମାଲିକ ପାଳିତ କୁକୁରକୁ ବୁଲାଇବାକୁ ନେଇଛନ୍ତି ତେବେ କୁକୁର ବେକରେ ବେଲ୍ଟ ଲଗାଇବା ବାଧ୍ୟତାମୂଳକ। ନିୟମରେ କୁହାଯାଇଛି ଯେ ଆଗରୁ ମାଲିକମାନେ ସେମାନଙ୍କ ପାଳିତ କୁକୁରଙ୍କୁ ଏକୁଟିଆ ବାହାରେ ଛାଡ଼ିଦେଉଥିଲେ। ଏବେ ଏଭଳି କରିବା ଦ୍ବାରା ମାଲିକଙ୍କ ଉପରେ ଜରିମାନା ଲଗାଯିବ। ଯଦି କୁକୁର ସାର୍ବଜନିକ ସ୍ଥାନରେ ଶୌଚ କରେ ତେବେ ତାହାର ସଫେଇ ଦାୟିତ୍ବ ମାଲିକଙ୍କ ଦାୟିତ୍ବ। ଆଉ କୁକୁରକୁ ଖୋଲା ଛାଡ଼ିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ୧୦୦ ରୁ ୩୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ।

ଯଦି ପାଳିତ କୁକୁର କାହାକୁ ଆକ୍ରମଣ କରୁଛି ତେବେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ମାଲିକ ବହନ କରିବେ। ଏହା ସହ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ଆହୁରି ଯଦି କୁକୁରର ମୃତ୍ୟୁ ହେଉଛି ତେବେ ଏହାର ସୂଚନା ମଧ୍ୟ ମାଲିକଙ୍କୁ ଦେବାକୁ ପଡ଼ିବ। ଅତୀତରେ ନୋଏଡାରେ କୁକୁରଙ୍କ ଆକ୍ରମଣ ବଢ଼ିଥିଲା ଯାହାକୁ ନେଇ କଡ଼ା ପଲିସି କରିବାକୁ ଅନେକ ସମୟରେ ଅଭିଯୋଗ ହୋଇଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.