CBSE ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କୋଲାରସିପ୍-୨୦୨୨ ଲାଗି ଆରମ୍ଭ ହେଲା ରେଜିଷ୍ଟ୍ରେସନ, ଏପରି କରନ୍ତୁ ଆବେଦନ

Published By : Prameya-News7 Bureau | October 16, 2022 IST

ନୂଆଦିଲ୍ଲୀ ୧୬।୧୦: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସିଙ୍ଗଲ ଗାର୍ଲଚାଇଲ୍ଡ ସ୍କୋଲାରସିପ୍ ଆରମ୍ଭ କରିଛନ୍ତି। ଯେଉଁ ଛାତ୍ରୀମାନେ ସିବିଏସଇ ୧୦ମ ଶ୍ରେଣୀ ଉତୀର୍ଣ୍ଣ ହୋଇଛନ୍ତି ଓ ପରିବାରର ଏକମାତ୍ର କନ୍ୟା ସନ୍ତାନ ସେହି ଛାତ୍ରୀମାନେ ଛାତ୍ରବୃତ୍ତି ଲାଗି ସିବିଏସଇ ଡଟ୍ ଜିଓଭି ଡଟ୍ ଇନ୍‌ ରେ ଆବେଦନ କରିପାରିବେ। ସିବିଏସଇ ଏହି ସ୍କୋଲାରସିପ୍ ଯୋଜନା ୨୦୨୧ରେ ଲାଗୁ କରିଥିଲେ। ଚଳିତ ବର୍ଷ ସ୍କିମ ରିନ୍ୟୁ କରାଯାଇଛି।

{"id":696616,"sizeSlug":"full","linkDestination":"none"}

ଏ ନେଇ ସିବିଏସଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ମେରିଟ୍ ଛାତ୍ରବୃତ୍ତି ଯୋଜନା ଲାଗି ଯୋଗ୍ୟ ଛାତ୍ରୀଙ୍କ ଠାରୁ ଅନଲାଇନରେ ଆବେଦନ ମାଗିଛନ୍ତି। ସିଙ୍ଗଲ ଗାର୍ଲଚାଇଲ୍ଡ ସ୍କୋଲାରସିପ୍ ୨୦୨୨ ଲାଗି ସେହିମାନେ ଆବେଦନ କରିପାରିବେ ଯେଉଁମାନେ ସିବିଏସଇ ୧୦ମ ଶ୍ରେଣୀ ପାସ୍ କରିଥିବେ ଓ ସିବିଏସଇ ସ୍କୁଲରେ ଏକାଦଶ ପଢୁଥିବେ କେବଳ ସେହିମାନେ ଛାତ୍ରି ବୃତ୍ତି ଲାଗି ଯୋଗ୍ୟ ହେବେ।

{"id":696617,"sizeSlug":"full","linkDestination":"none"}

ଛାତ୍ରୀମାନେ ୧୪ ନଭେମ୍ବର ୨୦୨୨ ସୁଦ୍ଧା ଛାତ୍ରିବୃତ୍ତି ଲାଗି ରେଜିଷ୍ଟ୍ରେସନ କରିପାରିବେ। ସିବିଏସଇ ବୋର୍ଡ ଦ୍ୱାରା ଘୋଷିତ ଗାଇଡଲାଇନ ଅନୁସାରେ ଯେଉଁ ଏକକ କନ୍ୟା ସନ୍ତାନ ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ୬୦ ପ୍ରତିଶତ ଓ ତାଠୁ ଅଧିକ ନମ୍ବର ରଖିଥିଲେ ଆବେଦନ କରିବାକୁ ଯୋଗ୍ୟ ହେବେ। ଯେଉଁମାନେ ସିବିଏସଇ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ପଢୁଛନ୍ତି ସେମାନେ ଆବେଦନ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.