ନୂଆଦିଲ୍ଲୀ ୦୯।୦୨ -ଗୋଟିଏ ଦିନ ଅପେକ୍ଷା। ଏକଜିଟ ପୋଲ ଫଳାଫଳ ଏକଜାଟ୍ ହେବକି ନାହିଁ, କିଏ ଦିଲ୍ଲୀ ସିଂହସନଅକ୍ତଆର କରିବ ସବୁ ସ୍ପଷ୍ଟ ହୋଇଯିବ।କିନ୍ତୁ ତାପୂର୍ବରୁ ଏକଜିଟ ପୋଲର ଫଳାଫଳକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି।
{"id":222449,"sizeSlug":"large"}ଆଞ୍ଚଳିକ ଦଳର ଗୁରୁତ୍ବ ବଢ଼ୁଥିବା କିଛି ବିଜେଡି ଦାବି କରୁଥିବାବେଳେ ବିଜେପି ଓ କଂଗ୍ରେସ କିନ୍ତୁ ସହମତ ନାହାନ୍ତି। ଏପଟେ ଦିଲ୍ଲୀରେ ଏକ୍ଜିଟ୍ ପୋଲକୁ ଆପ୍ ଭରସା କରି ଭୋଟଗଣତି କେନ୍ଦ୍ରରେ ପ୍ରହରା ଦେବା ପାଇଁ ଘୋଷଣା କରିଥିବାବେଳେ ବିଜେପି ଓ କଂଗ୍ରେସ ଏକଜିଟ୍ ପୋଲ ଏକଜାଟ୍ ନୁହେଁ ବୋଲି କହିଛନ୍ତି ।…
{"id":222450,"sizeSlug":"large"}ବଢ଼ୁଛି ଆଞ୍ଚଳିକ ଦଳର ଦବଦବା। ଦିଲ୍ଲୀ ଏକଜିଟ ପୋଲି ଫଳାଫଳ ବାହାରିବା ପରେ ଏକଥା ପ୍ରମାଣିତ ହୋଇଛି। ବିଧାନସଭା ନିର୍ବାଚନରେ ଲୋକେ ଆଞ୍ଚଳିକ ଦଳକୁ ହିଁ ଭରସା କରୁଛନ୍ତି।
{"id":222451,"sizeSlug":"large"}କାରଣ ଆଞ୍ଚଳିକ ଦଳମାନେ ରାଜ୍ୟର ବିକାଶ କରିପାରୁଛନ୍ତି। ଯେଉଁଥି ପାଇଁ ଦିଲ୍ଲୀ ଭଳି ରାଜ୍ୟରେ ଲୋକେ ନିର୍ବାଚନରେ ଏହି ଉତ୍ତର ରଖିଛନ୍ତି। ଜାତୀୟ ଦଳ ମାନେ ବିକାଶ କରିବାଠୁ ଦୂରରେ ରହୁଛନ୍ତି ଯେଉଁଥିପାଇଁ ଧିରେ ଧିରେ ଲୋକେ କଂଗ୍ରେସ ଓ ବିଜେପି ଠାରୁ ଦୂରେଇ ଯାଉଛନ୍ତି ବୋଲି ଯୁକ୍ତି ବାଢ଼ିଛି ବିଜେଡି।
{"id":222452,"sizeSlug":"large"}ଏପଟେ କଂଗ୍ରେସ ଓ ବିଜେପି କିନ୍ତୁ ଏକଥାରେ ସହମତ ନୁହଁନ୍ତି। କିଛି ରାଜ୍ୟରେ ଆଞ୍ଚିଳିକ ଦଳର ଗୁରୁତ୍ବ ରହିଛି। ସବୁଠି ନାହିଁ ।ଫଳାଫଳକୁ ଆପେକ୍ଷା କରିବାକୁ ଦୁଇ ଦଳ କହିଛନ୍ତି।…
{"id":222453,"sizeSlug":"large"}ଏପଟେ ଦିଲ୍ଲୀରେ କିନ୍ତୁ ଏକଜିଟ ପୋଲ ଫଳାଫଳକୁ ନେଇ ଆପ୍ କନଫିଡେଣ୍ଟ ଥିବାବେଳେ ବିଜେପି ଓ କଂଗ୍ରେସ ଭରସା କରିପାରୁନାହାନ୍ତି। ଆପ୍ ଦାବି କରିଛି ଦିଲ୍ଲୀ ସରକାର କରିବୁ କିନ୍ତୁ କେବଳ ସିଟ୍ ସଂଖ୍ୟା ଏପଟ ସେପଟ ହୋଇପାରେ। ଯେହେତୁ ବିଜେପି କେନ୍ଦ୍ର ସରକାରରେ ରହିଛି। ସରକାର ଗଢ଼ିବା ପାଇଁ ଦାବି କରୁଛି। ତେବେ କେହି ଗଣତି ସେଣ୍ଟରେ ଇଭିଏମ ମେସିନ ଏପଟ ସେପଟ କରିପାରନ୍ତି ।
{"id":222454,"sizeSlug":"large"}ସେଥିପାଇଁ ଆପ୍ ଗଣତି ପର୍ଯ୍ୟନ୍ତ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍କୁ ଜଗିବ। ଏପଟେ ବିଜେପି କହିଛି ଏକଜିଟ୍ ପୋଲ ଏକଜାଟ୍ ପୋଲ ନୁହେଁ। ବିଜେପି ଦାବି କରିଛି ଏକଜିଟ୍ ପୋଲ ଫଳାଫଳ ଭୁଲ ହେବ ଏବଂ ବିଜେପି ସରକାର ଗଢ଼ିବ। ଏପଟେ କଂଗ୍ରେସ ବି ଏକଜିଟ୍ ପୋଲ ଫଳାଫଳକୁ ବିଶ୍ବାସ କରିପାରୁନି।…
{"id":222456,"sizeSlug":"large"}ଅପେକ୍ଷା ମାତ୍ର ଗୋଟିଏ ଦିନ । ୧୧ ତାରିଖ ଦିନ ଦିଲ୍ଲୀ ସିଂହାସନ କିଏ ଅଧିକାର କରିବ ସ୍ପଷ୍ଟ ହୋଇଯିବ। ଜନଦେଶ କାହାପଛରେ ରହିଛି । ଲୋକେ କାହାକୁ ଭରସା କରିଛନ୍ତି ସବୁ କ୍ଲିୟର ହୋଇଯିବ।…