‘ଶୂର୍‌ବୀର’ରେ ଫାଇଟର ଜେଟ୍‌ ଉଡାଇଲେ ରେଜିନା, ଆର୍ମି ଅଫିସର୍‌ ଲୁକ୍‌ରେ ଆସିଲେ ନଜର

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ ୨୬।୦୮: ପରଦାରେ ଭିନ୍ନ ଧରଣର ଭୂମିକା ନିର୍ବାହ ପାଇଁ ବେଶ ପରିଚିତି ପାଇଛନ୍ତି ରେଜିନା କ୍ୟାସାଣ୍ଡ୍ରା । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିଅର ଆରମ୍ଭ କରିବାଠୁ ବଲିଉଡ୍‌ରେ କାମ କରିବା ପର୍ଯ୍ୟନ୍ତ ଅନେକ ପଥ ସେ ଅତିକ୍ରମ କରିଛନ୍ତି । ତାଙ୍କର ପ୍ରଥମ ୱେବ୍‌ ଶୋ’ ‘ରକେଟ୍‌ ବଏଜ୍‌’ ତାଙ୍କୁ ଅଜସ୍ର ଖ୍ୟାତି ଆଣି ଦେଇଛି। ଏଥିପାଇଁ ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ୱେବ୍‌ ଶୋ’ ‘ଶୂର୍‌ବୀର’ରେ ସେ ପ୍ରମାଣ କରିଛନ୍ତି ଯେ କୌଣସି ଭୂମିକା ତାଙ୍କ ପାଇଁ ଅସମ୍ଭବ ନୁହେଁ । ପ୍ରତ୍ୟେକ ଚ୍ୟାଲେଞ୍ଜ୍‌କୁ ସେ ବେଶ ସହଜରେ ଗ୍ରହଣ କରନ୍ତି ଓ ପ୍ରମାଣ କରି ଦେଖାନ୍ତି ।

‘ଶୂର୍‌ବୀର’ରେ ତାଙ୍କ ଭୂମିକା ପାଇଁ ରେଜିନାଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟପେୟ ଉପରେ ଖାସ୍‌ ଧ୍ୟାନ ଦେବାକୁ ପଡ଼ିଥିଲା । କଠିନ କସରତ ମଧ୍ୟ କରିବାକୁ ପଡ଼ିଥିଲା । କାରଣ ତାଙ୍କ ଭୂମିକା ପାଇଁ ଆହୁରି ଅଧିକ ସମର୍ପଣଭାବ ଆବଶ୍ୟକ ଥିଲା । ଏହି ପ୍ରୟାସକୁ ସେ ଖୁବ୍‌ ଉପଭୋଗ କରିଥିଲେ । ନିଜ ଚରିତ୍ରକୁ ପରଦାରେ ଜୀବନ୍ତ କରିବାକୁ ସୈନ୍ୟବାହିନୀରେ ଥିବା ଲୋକଙ୍କ ଜୀବନକୁ ବୁଝିବା ପାଇଁ ମଧ୍ୟ ସେ ଖୁବ୍‌ ଚେଷ୍ଟା କରିଥିଲେ । ବାୟୁସେନା, ନୌସେନା ଓ ସ୍ଥଳସେନା ସୈନ୍ୟମାନଙ୍କର ମଜବୁତ କାହାଣୀ ବର୍ଣ୍ଣନା କରିଛି ‘ଶୂର୍‌ବୀର’ । ଫିଲ୍ମରେ ରେଜିନା ଜଣେ ଆର୍ମି ଅଫିସର ଭୂମିକା ନିର୍ବାହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.