LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହିଜାବ୍ ଉପରେ କଟକଣାକୁ ନେଇ କହିଲେ କର୍ଣ୍ଣାଟକ ସରକାର, ଆମେ ଏହା ଉପରେ ବିଚାର କରିବୁ  

24/05/2023 at 7:01 PM

ବେଙ୍ଗାଲୁରୁ: ଆମନେଷ୍ଟି ଇଣ୍ଡିଆ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପରିଧାନ ଉପରେ ଲାଗିଥିବ କଟକଣା ହଟାଇବାକୁ ଦାବି କରିଛି। ଏହା ଉପରେ ଭବିଷ୍ୟତରେ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ନେତୃତ୍ଵାଧୀନ କର୍ଣ୍ଣାଟକ ସରକାର କହିଛନ୍ତି। କର୍ଣ୍ଣାଟକରେ ହିଜାବ ବିବାଦ ଜାତୀୟସ୍ତରରେ ବଡ଼ ବିତର୍କର ବିଷୟ ପାଲଟିଛି।

ଆମନେଷ୍ଟି ଇଣ୍ଡିଆ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କର୍ଣ୍ଣାଟକ ସରକାରଙ୍କୁ ପ୍ରଥମେ ମାନବାଧିକାର ପାଇଁ  ୩ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ପ୍ରଥମତଃ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କ ହିଜାବ ପରିଧାନ ଉପରେ ଲାଗିଥିବା କଟକଣା ହଟାଇବା ଉଚିତ୍ ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

ଏହା ପରେ କର୍ଣ୍ଣାଟକର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ଵର କହିଛନ୍ତି, ଆମେ ଆଗାମୀ ଦିନରେ ଏହା ବିଚାର କରିବୁ। ଆମ ଦ୍ଵାରା ଯାହା ଭଲ ହୋଇ ପାରିବ ତାହା କରିବୁ। କିନ୍ତୁ ବର୍ତ୍ତମାନ ଆମକୁ କର୍ଣ୍ଣାଟକ ଜନତାଙ୍କୁ ଦେଇଥିବା ୫ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଆଗେ ପୂରଣ କରିବୁ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବିଜେପି ସରକାରରେ ଥିବା ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କ ହିଜାବ ପରିଧାନ ଉପରେ ରୋକ୍ ଲଗାଇଥିଲା। ସ୍କୁଲ ଏବଂ କଲେଜମାନଙ୍କରେ ସବୁ ଛାତ୍ର-ଛାତ୍ରୀମାନଙ୍କ ପାଇଁ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଥିଲା। ଏହାକୁ ନେଇ ସମଗ୍ର ଦେଶରେ ବିତର୍କ ସୃଷ୍ଟି ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ। ପୁଣି ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀମାନେ ରାଜ୍ୟ ସରକାରଙ୍କ ଆଦେଶ ଏବଂ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ  ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଚୂଡାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ସେମାନେ କ୍ଲାସରେ ଉପସ୍ଥିତ ହେବେ ନାହିଁ ବୋଲି କହିଥିଲେ। ଏବେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।

କଂଗ୍ରେସ ବିଧାୟକ ଏନଏ ହାରିସ ହିଜାବ ଉପରେ ବ୍ୟାନକୁ ଅସାମ୍ବିଧାନିକ ବୋଲି  କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ମନ ପସନ୍ଦର ପରିଧାନ କରିବାର ମୌଳିକ ଅଧିକାର ରହିଛି ବୋଲି ସେ କହିଛନ୍ତି। ସରକାରଙ୍କ ଏହା ଉପରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ବିଜେପିର ଏହି ନିଷ୍ପତ୍ତି ଅଣସାମ୍ବିଧାନିକ।

   Related Posts