ବିଏଲଏମ ଅଭିଯାନ ସମର୍ଥନରେ ଆଣ୍ଠୁରେ ବସିବାକୁ ମନା କଲେ ଦ. ଆଫ୍ରିକାର ଏହି ଖେଳାଳି, ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଖେଳିଲେ ନାହିଁ

Published By : Prameya-News7 Bureau | October 26, 2021 IST

ଦୁବାଇ ୨୬।୧୦: ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳରେ ବିବାଦ ସୃଷ୍ଟି ହୋଇଛି। ସୋମବାର କ୍ରିକେଟ୍ ସାଉଥ ଆଫ୍ରିକା ଘୋଷଣା କରିଥିଲା ଯେ, ମ୍ୟାଚ୍ ପୂର୍ବରୁ ତାଙ୍କ ଦଳ ପଡିଆରେ ଆଣ୍ଠୁ ମାଡି ବସିବ ଏବଂ ବର୍ଣ୍ଣ ବୈଷ୍ଣମ ବିରୋଧୀ ଅଭିଯାନର ସମର୍ଥନ କରିବ।

ମାତ୍ର ଦକ୍ଷିଣ ଆଫ୍ରିକାର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ କ୍ଵିଣ୍ଟନ ଡିକକ୍‌ ନିଜ ବୋର୍ଡର ଏହି ନିଷ୍ପତ୍ତିରେ ଖୁସି ନଥିଲେ। ତେଣୁ ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରୁ ଓହରି ଯାଇଥିବା କୁହାଯାଉଛି। ତାଙ୍କ ସ୍ଥାନରେ ରିଜା ହେନଡ୍ରିକ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମାଙ୍କୁ ଯେବେ ଚୂଡାନ୍ତ ଏକାଦଶ ବିଷୟରେ ପ୍ରଶ୍ନ କରାଗଲା, ସେ କହିଥିଲେ, ଚୂଡାନ୍ତ ଏକାଦଶରେ କ୍ଵିଣ୍ଟନ ଡି କକ୍‌ ନାହାନ୍ତି। ହେଲେ ବାଭୁମା ଡିକକ୍‌ଙ୍କ ନଖେଳିବାର କାରଣ ବ୍ୟକ୍ତିଗତ ଥିବା କହିଛନ୍ତି।

wp:html /wp:html

ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ମଧ୍ୟ ଏହି ପୂରା ମାମଲାରେ ନିଜର ବିବୃତି ଜାରି କରିଛି। ବୋର୍ଡ କହିଛି, କ୍ରିକେଟ୍ ସାଉଥ ଆଫ୍ରିକା(ସିଏସଏ) ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମଙ୍ଗଳବାର ମ୍ୟାଚ୍ ପୂର୍ବରୁ ଓ୍ଵିକେଟ୍ କିପର କ୍ଵିଣ୍ଟନ ଡିକକ୍‌ଙ୍କ ବ୍ୟକ୍ତିଗତ କାରଣକୁ ସ୍ଵୀକାର କରୁଛି। ଦଳ ପ୍ରବନ୍ଧକଙ୍କଠୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ବର୍ଣ୍ଣ ବୈଷ୍ଣମ ବିରୁଦ୍ଧ ଅଭିଯାନକୁ ସମର୍ଥନ ଜଣାଇ ଆଣ୍ଠୁରେ ବସିବା ପାଇଁ ସୋମବାର ସନ୍ଧ୍ୟାରେ ସିଏସଏ ବୋର୍ଡ ନିଜ ଖେଳାଳିଙ୍କୁ କହିଥିଲା। ହେଲେ କ୍ଵିଣ୍ଟନ ଡିକକ୍‌ଙ୍କୁ ବୋର୍ଡର ଏହି ନିଷ୍ପତ୍ତି ପସନ୍ଦ ଆସିନାହିଁ।  ବର୍ଣ୍ଣ ବୈଷ୍ଣମ ବିରୋଧରେ ସମଗ୍ର ବିଶ୍ଵରେ ଜାରି ଅଭିଯାନକୁ ସଂପ୍ରତି ଅନେକ କ୍ରୀଡା ସଂଗଠନ ସମର୍ଥନ ଜଣାଉଛନ୍ତି। ଏହି କ୍ରମରେ ଆଇସିସି ଟି-୨୦ ବିଶ୍ଵ କପ୍‌ରେ ମଧ୍ୟ ଅନେକ ଦେଶର କ୍ରିକେଟ୍ ବୋର୍ଡ ଏହାର ସମର୍ଥନ ଜଣାଇଛନ୍ତି।

wp:html /wp:html

ଖେଳାଳିଙ୍କ ଇଚ୍ଛାକୁ ସମ୍ମାନ ଦେବା ସହିତ ସମସ୍ତ ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ବିଚାର କରିବା ପରେ ବୋର୍ଡ ସ୍ପଷ୍ଟ କରି ଦେଇଥିଲା ଯେ, ଦକ୍ଷିଣ ଆଫ୍ରିକା ଦଳ ବର୍ଣ୍ଣ  ବୈଷ୍ଣମ  ବିରୋଧରେ ସାମିଲ୍ ହେବ। ଏହା ପୂର୍ବରୁ ମଧ୍ୟ ଓ୍ଵେଷ୍ଟଇଣ୍ଡିଜର ଦକ୍ଷିଣ ଆଫ୍ରିକା ଗସ୍ତରେ ଏହି ଅଭିଯାନ ସମର୍ଥନରେ କେଉଁ ଖେଳାଳି ଆଣ୍ଠୁରେ ବସିଥିଲେ ତ କିଏ ଆଉ କିଛି ଛିଡା ହୋଇ ନିରବ ପ୍ରାର୍ଥନା କରିଥିଲେ। ଆଉ କିଏ ଆଙ୍ଗୁଳି ଉଠାଇ ଏହାର ସମର୍ଥନ କରିଥିଲେ। ହେଲେ ଏହି ତିନୋଟିରୁ ଡିକକ୍‌ କିଛି କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.