ରେକର୍ଡ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସୁନିଶ୍ଚିତ, କହିଲେ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ

Published By : Prameya-News7 Bureau | October 24, 2019 IST

ବିଜେପୁର୨୪|୧୦: ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ବିଜେପୁର ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି । ୧୯ ରାଉଣ୍ଡ ଶେଷ ସୁଦ୍ଧା ରୀତା ସାହୁ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୯୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଥିବାରୁ ତାଙ୍କ ବିଜୟ ସୁନିଶ୍ଚିତ ହୋଇଯାଇଛି ।

{"id":174093}

ରୀତା ସାହୁ ୧୭ ରାଉଣ୍ଡ ସୁଦ୍ଧା ୧୨୦୯୮୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାର୍ଥୀ ସନତ ଗଡତିଆ ୩୩୬୧୧ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୫୦୪୭ ଖଣ୍ଡ ଭୋଟ ପାଇଛନ୍ତି ।

{"id":174094}

ରୀତା ସାହୁ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଧ୍ୟାନ ଦେବେ । ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି ବୋଲି ମଧ୍ୟ ସେ କହିଛନ୍ତି । ଆସନ୍ତା ସାଢେ ୪ ବର୍ଷ ମଧ୍ୟରେ ଅଞ୍ଚଳବାସୀଙ୍କ ଆଶା ପୂରଣ କରିବାକୁ ଉଦ୍ୟମ କରିବେ । ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ରୀତା ବିଜୟୀ ହେବାପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।ଏ ସମ୍ପର୍କରେ ମଧ୍ୟ ରୀତା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ବ ଦେବେ ତାକୁ ସେ ନିଷ୍ଠାର ସହ ପାଳନ କରିବେ ।

{"id":174099}

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ବିଜେପୁର ଲାଗି ପ୍ରଥମ ଉପ ନିର୍ବାଚନ ପରିସ୍ଥିତି ଉପୁଜିଥିଲା । ଏହି ଉପ ନିର୍ବାଚନ ପୂର୍ବରୁ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ରୀତା ସାହୁଙ୍କୁ ବିଜେପୁର ଉପ ନିର୍ବାଚନ ଲାଗି ପ୍ରାର୍ଥୀ କରିଥିଲା । ୨୦୧୮ ଉପ ନିର୍ବାଚନରେ ରୀତାଙ୍କ ବିରୋଧରେ ବିଜେପି ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ରୀପୁନାଥ ସେଠଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଏହି ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ୪୨ ହଜାରରୁ ଅଦିକ ଭୋଟରେ ପରାସ୍ତ କରି ରୀତା ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ।

{"id":174100}

ତେବେ ୨୦୧୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ବେଳେ ରୀତାଙ୍କୁ ବିଜେଡି ଟିକେଟ ପ୍ରଦାନ କରିନଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଠାରେ ବିଜେପିରୁ ସନତ ଗଡତିଆ ଏବଂ କଂଗ୍ରେସରୁ ରୀପୁନାଥ ସେଠ ପ୍ରାର୍ଥୀ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆସନରେ ୫୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ନବୀନ ହିଂଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ । ଫଳରେ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।

{"id":174101}

ଚଳିତ ଉପ ନିର୍ବାଚନ ନିର୍ବାଚନରେ ବିଜେଡି ଏଠାରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହ ଲକ୍ଷେରୁ ଅଧିକ ଭୋଟରେ ରୀତା ବିଜୟୀ ହେବ ବୋଲି ବିଜେଡି ନେତାମାନେ ଆକଳନ କରିଥିଲେ । ତାହା ଆଜି ସତରେ ପରିଣତ ହୋଇଛି । ଅୁପରପକ୍ଷରେ ବିଜେପି ପ୍ରାର୍ଥୀ ଗତ ଥର ଅପେକ୍ଷା କମ ଭୋଟ ପାଇବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସେହିଭଳି ପ୍ରଥମଥର ଲାଗି ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଅମାନତ ହରାଇବା କଂଗ୍ରେସ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.