ଆସାମ ରାଇଫଲରେ ସହିଦ ହୋଇଥିବା ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

Published By : Prameya-News7 Bureau | September 16, 2018 IST

ରେଢ଼ାଖୋଲ ୧୬/୯ : ଆସାମ ରାଇଫଲ ଯବାନ ଭାବରେ କାର୍ଯ୍ୟ କରୁଥିବା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ମୂଷାକାନୀ ଗାଁର ଯବାନ ଦଶରଥ ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ କଲିକତା ସ୍ଥିତ କମାଣ୍ଡୋ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ନିଜଗାଁ ମୁଷାକାନୀରେ ମରଶରୀର ପହଁଚିଲା ପରେ ପରିବେଶ ଶୋକାକୁଳ ହୋଇପଡିଥିଲା । ପରିବେଷ ଓ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ ହୋଇଥିଲା । ବାପା ଚକ୍ରଧର ମାଁ ଲଳିତାଙ୍କ ବଡପୁଅ ଥିଲେ ଦଶରଥ । ୨୦୦୧ ମସିହାରେ ଆସାମ ରାଇଫଲ ଯବାନ ଭାବରେ ମଣିପୁରରେ ନିଯୁକ୍ତି ପାଇଥିଲେ । ୫ବର୍ଷ ତଳେ ସେ ବିବାହ କରିଥିଲେ । ପରିବାରରେ ଏବେ ୨ ବର୍ଷର ଝିଅ ଓ ପତ୍ନୀ ଅଛନ୍ତି । ୪ ମାସତଳେ ମୁଣ୍ଡରେ ରକ୍ତ ଜମାଟ ହୋଯିବାରୁ ସେ ଗୁରୁତର ହୋଇପଡିଥିଲେ । ସେହି ଦିନ ଠାରୁ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ପୁଅକୁ ଚିକିତ୍ସାରେ ଅବହେଳା କରାଗଲା ଉନ୍ନତ ଚିକିତ୍ସାପାଇଁ ଦିଲ୍ଲୀକୁ ନିଆଯାଇଥିଲେ ହୁଏତ ପୁଅ ବଞ୍ଚି ଯାଇଥାନ୍ତା ବୋଲି ବାପା ଅଭିଯୋଗ କରିଛନ୍ତି । ପରିବାର ଲୋକ ସେଠାରେ ଥାଇ ପ୍ରଥମେ ମଣିପୁର ମିଲାଟାରୀ ହସପିଟାଲ ପରେ କଲିକତା ହସ୍ପିଟାଲରେ ଚିକିତ୍ସା ହେଉଥିଲେ ଯବାନ ଦଶରଥ । ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ମରଶରୀର ନେଇ ଆସିଥିବା ସାଥି ଯବାନ କହିଛନ୍ତି । ଯବାନଙ୍କ ଶେଷକୃତ ସମୟରେ ସ୍ଥାନୀୟ ପ୍ରଶାସନ, ପୋଲିସ, ଜନ ପ୍ରତିନିଧି କେହିବି ଉପସ୍ଥିତ ନରହିବା ଯବାନଙ୍କ ପାଇଁ ଅସମ୍ନାନ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.