୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଅତିପ୍ରବଳ ବର୍ଷା ନେଇ ସତର୍କତା କଲା ପାଣିପାଗ ବିଭାଗ

Published By : Prameya-News7 Bureau | August 01, 2023 IST

ଭୁବନେଶ୍ୱର ୦୧।୦୮ :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ । ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ  । ଅନୁଗୁଳ. ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ।

wp:embed {"url":"https://www.prameyanews7.com/next-2-day-heavy-rain-fall-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/next-2-day-heavy-rain-fall-in-odisha/
/wp:embed

ସେହିଭଳି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ମଧ୍ୟରେ ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ବର ରହିଛି । ବାକି ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ୧୨ ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ବରଗଡ, ଝାରସୁଗୁଡା, ନୟାଗଡ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡା ଏବଂ ଗଞ୍ଜାମ ରହିଛି ।

ସୂଚନାଯୋଗ୍ୟ ଯେ, ସୋମବାର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଲଘୁଚାପ ଅବପାତର ରୂପ ନେଇଥିଲା । ମଙ୍ଗଳବାର ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଅକ୍ଷାଂଶ ୨୦.୫ ଉତ୍ତର ଏବଂ ଦ୍ରାଘିମା ୯୧.୫ ପୂର୍ବଠାରୁ କେପୁପାରାର ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବ ଏବଂ ଦିଗ ପଶ୍ଚିମବଙ୍ଗର ୪୩୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଏହା ଏକ ଗଭୀର ଅବପାତର ରୂପ ନେଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ ଏହା ଖେପୁପାରା ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ଅଧିକ ସମ୍ଭାବନା ରହିଛି ।

wp:embed {"url":"https://www.prameyanews7.com/flood-situation-in-motu-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/flood-situation-in-motu-area/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.