ସୀମାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ନିର୍ମାଣ କାମ, ଗାଁକୁ ପୁଣି ଫେରିବେ ଲୋକେ; ପୂର୍ବୋତ୍ତରେ ପିଏମ ମୋଦୀ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋତ୍ତର ଭାରତ ଗସ୍ତରେ ଅଛନ୍ତି । ମେଘାଳୟର ରାଜଧାନୀ ଶିଲଙ୍ଗରେ ଏକ ଜନସଭାକୁ ସମ୍ୱୋଧିତ କରି ସେ କହିଛନ୍ତି ଯେ ଉତ୍ତର-ପୂର୍ବର ବିକାଶରେ ଥିବା ବାଧାକୁ ଆମେ ରେଡ୍ କାର୍ଡ ଦେଖାଇଛୁ । ପରିବାରବାଦ, ହିଂସା, ଦୁର୍ନୀତି ଏବଂ ଭୋଟ ବ୍ୟାଙ୍କର ରାଜନୀତିକୁ ବାହାର କରିବା ପାଇଁ ଆମେ ସଚ୍ଚୋଟାତର ପ୍ରୟାସ କରୁଛୁ । ଦେଶ ଜାଣିଛି ଏହି ରୋଗ ଗୁଡିକର ମୂଳ ଗଭୀର, ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ବିଦା କରିବା ଦରକାର ।

ପିଏମ ମୋଦୀ କହିଥିଲେ ଯେ ସ୍ପୋର୍ଟ୍ସକୁ ନେଇ କେନ୍ଦ୍ର ସରକାର ଲଗାତାର ଆଗକୁ ବଢୁଛନ୍ତି । ଦେଶର ପ୍ରଥମ ଖେଳ ବିଶ୍ୱବିଦ୍ୟାଳୟ ନର୍ଥ-ଇଷ୍ଟରେ ରହିଛି । ଏହା ଅଧିନରେ ୧୯ଟି ପ୍ରଜେକ୍ଟ ଉପରେ କାମ ଜାରି ରହିଛି । ଆଜି ଫୁଟବଲ ୱାର୍ଲଡ କପ ଫାଇନାଲ ଖେଳାଯିବ ଏବଂ ମୁଁ ଫୁଟବଲ ମୌଦାନରେ ଅଛି । ମ୍ୟାଚ୍ କତାରରେ ଖେଳାଯାଉଛି, କିନ୍ତୁ ଉତ୍ସାହ ଏଠି ବି କମ ନାହିଁ ।

ପିଏମ ମୋଦୀ କହିଥିଲେ, ଆଜି ଆମ ନଜର କତାର ଉପରେ ରହିଛି, ମୈଦାନରେ ଥିବା ଟିମ ଉପରେ ଆମ ନଜର, କିନ୍ତୁ ମୋ ନଜର ଆପଣଙ୍କ ଉପରେ ରହିଛି । ମୋର ବିଶ୍ୱାସ ଆମେ ଭାରତରେ ମଧ୍ୟ ଏପରି ଉତ୍ସବ ତ୍ରିରଙ୍ଗା ସାମନାରେ ପାଳନ କରିବା । ଆଜି ପରିବର୍ତ୍ତନ ଆମ ଲକ୍ଷ୍ୟ ଏବଂ କାର୍ଯ୍ୟଶକ୍ତିରେ ରହିଛି । ପ୍ରକ୍ରିୟା ଏବଂ ପରିଣାମରେ ମଧ୍ୟ ପରିବର୍ତ୍ତନ ଆସିଛି । ଆଧୁନିକ ଭାରତ ନିର୍ମାଣର ସଂକଳ୍ପ ରହିଛି । ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହାସହ ପିଏମ ମୋଦୀ କହିଥିଲେ ଯେ ସୀମାରେ ସୁବିଧା ହେଲେ ଶତ୍ରୁଙ୍କୁ ଲାଭ ମିଳିବ ବୋଲି ପୂର୍ବେ ଭାବୁଥିଲେ । ଆଜି ସୀମାରେ ଗୋଟିଏ ପରେ ଗୋଟିଏ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ସୀମାର ସବୁ ସ୍ଥାନରେ ନିର୍ମାଣକୁ ଗତି ଦେବା ପାଇଁ ପ୍ରୟାସ କରାଯାଉଛି । ଗାଁ ଛାଡି ଯାଉଥିବା ଲୋକେ ପୁଣି ନିଜ ସ୍ଥାନକୁ ଆସିବେ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.