ବ୍ରାହ୍ମଣସାହିରେ ନାଲି ପିମ୍ପୁଡ଼ି ଆତଙ୍କ; ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରତିଷେଧକ ସିଞ୍ଚନ

Published By : Prameya-News7 Bureau | September 05, 2022 IST

ନିମାପଡ଼ା ୦୫/୦୯: ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଗତ ୧୫ରୁ ୨୦ଦିନ ହେଲାଣି ପିମ୍ପୁଡ଼ିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଫଳରେ ସେଠାକାର ଲୋକେ ଅତିଶୟ ହୋଇ ପଡ଼ିଛନ୍ତିI ସେପଟେ ପ୍ରଶାସନ ପକ୍ଷରୁ ପିମ୍ପୁଡ଼ି ମାରିବା ପାଇଁ ପ୍ରତିଷେଧକ ସ୍ପ୍ରେ କରାଯାଉଥିବା ବେଳେ ଖୁବ ଶୀଘ୍ର ପିମ୍ପୁଡି ଆତଙ୍କରୁ ଲୋକମାନଙ୍କୁ ଉଦ୍ଧାର କରାଯିବ ପିପିଲି ଗୋଷ୍ଠି ଉନ୍ନୟନ ଅଧିକାପରୀ କହିଛନ୍ତି I

ପିମ୍ପୁଡ଼ି କାମୁଡ଼ାରେ ଗୋଡ଼ ଘା ହେଲାଣି। ଘର, ଦ୍ବାର, ରାସ୍ତା, ରୋଷେଇ ଘରଠୁ ଆରମ୍ଭ କରି ଶୋଇବା ବିଛଣା ପର୍ଯ୍ୟନ୍ତ ଚାରିଆଡ଼େ ଲାଲ ପିମ୍ପୁଡ଼ି ଦେଖାଯାଉଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ କାନ୍ଧରେ ଡ୍ରମ୍ ଧରି ପିମ୍ପୁଡ଼ି ମାରିବା ପାଇଁ ପ୍ରତିଷେଧକ ସ୍ପ୍ରେ କରାଯାଉଛି। ବୃଦ୍ଧବୃଦ୍ଧାମାନେ ଠିକସେ  ଶୋଇ ପାରୁ ନାହାଁନ୍ତିI ଗାଁ ଲୋକେ ବାହାରକୁ ଯିବା ବେଳେ ଗୋଡ଼ରେ ପଲିଥିନ ଜରି ବାନ୍ଧି ଯାଉଛନ୍ତି। ପ୍ରଶାସନ ଯଦି ତୁରନ୍ତ ପିମ୍ପୁଡ଼ି ଆତଙ୍କର ପ୍ରତିକାର ନକରନ୍ତି ତାହେଲେ ସମସ୍ତ ଗାଁଲୋକ ଗାଁ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।  

ଏନେଇ ସେମବାର ଓୟୁଏଟି ବୈଜ୍ଞାନିକ, ସ୍ଥାନୀୟ ବିଡିଓ ଏବଂ ଚିକିତ୍ସାଳୟ ଅଧିୀକାରୀ ଗାଁରେ ପହଞ୍ଚିଥିଲେ। ପିମ୍ପୁଡ଼ି ନମୁନା ସଂଗ୍ରହ କରି ବୈଜ୍ଞାନିକ ପରୀକ୍ଷା ପାଇଁ ନେଇଥିବା ବେଳେI ଡାକ୍ତରୁଖାନା ପକ୍ଷରୁ ଲୋକଙ୍କୁ ଔଷଧ ବଣ୍ଟା ଯାଇଛି। ପିମ୍ପୁଡ଼ିଙ୍କ ପ୍ରତିକାର ପାଇଁ ଏବେ ଗାଁରେ ମଧ୍ୟ ପ୍ରତିଶେଧକ ଔଷଧ ସିଞ୍ଚନ ହେଉଛି। ଆଉ ୬ କିମ୍ବା ୭ ଘଣ୍ଟା ଭିତରେ ସ୍ଥିତିରେ ଆୟତ୍ତକୁ ଆସିବ ବୋଲି ପିପିଲି ବିଡିଓ ରଶ୍ମିତା ନାଥ କହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.