CRPFରେ ହେବ ୧.୩୦ ଲକ୍ଷ କନଷ୍ଟେବଳ ନିଯୁକ୍ତି, ୧୦ମ ପାସ୍ କରିପାରିବେ ଆବେଦନ
6/04/2023 at 7:57 PM

ନୂଆଦିଲ୍ଲୀ, ୦୬/୦୪: ସିଆରପିଏଫ୍ରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। କାରଣ ସିଆରପିଏଏଫରେ ହେବାକୁ ଯାଉଛି ବମ୍ପର ନିଯୁକ୍ତି। ଗ୍ରୁପ୍ ସି କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦରେ ୧,୩୦ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତ କରିବାକୁ ଯାଉଛି ସିଆରପିଏଏଫ। ଏନେଇ ବୁଧବାର ଗୃହମନ୍ତ୍ରାଳୟ ଏକ ନୋଟିସ୍ ଜାରି କରିଛି। ତେବେ ଆଗାମୀ ସମୟରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ। ଏହି ସବୁ ପଦ ପାଇଁ ସିଧାସଳଖ ନିଯୁକ୍ତି କରାଯିବ।
ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସ୍ ଅନୁଯାୟୀ, ସମୁଦାୟ ୧,୨୯,୯୨୯ ପଦରେ ନିଯୁକ୍ତି ଦିଆଯିବ। ଯେଉଁଥିରେ ୧,୨୫,୨୬୨ ପଦ ପୁରୁଷ ଆଶାୟୀ ଏବଂ ୪,୪୬୭ ପଦ ମହିଳା ଆଶାୟୀଙ୍କ ପାଇଁ ରହିଛି। ଏହା ସହ ୧୦ ପ୍ରତିଶତ ଭ୍ୟାକେନ୍ସୀ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରହିଛି।
ବୟସ, ଯୋଗ୍ୟତା:
ଆବେଦନ କରିବା ପାଇଁ ଆଶାୟୀ ମାଟ୍ରିକ୍ ପାସ୍ ହୋଇଥିବା ଜରୁରୀ। ଆଶାୟୀଙ୍କ ବୟସ ସୀମା ୧୮ରୁ ୨୩ ବର୍ଷ ହୋଇଥିବା ଦରକାର। ଅବଶ୍ୟ ବୟସ ସୀମାରେ ଏସଟି, ଏସଟିଙ୍କ ପାଇଁ ୫ ବର୍ଷ ଏବଂ ଓବିସି ପାଇଁ ତିନି ବର୍ଷର ଛାଡ଼ ରହିବ। ସେହିପରି ଆଶାୟୀଙ୍କ ଚୟନ ଶାରୀରିକ ଯୋଗ୍ୟତା, ଏବଂ ଲିଖିତ ପରୀକ୍ଷା ପାସ୍ କରିବା ପରେ ଆଗାମୀ ପର୍ଯ୍ୟାୟ ପରୀକ୍ଷାରେ ବସିପାରିବେ।
ପ୍ରୋବେସନ ପିରିୟଡରେ ମିଳିବ ଦରମା:
ପ୍ରୋବେସନ ସମୟ ୨ ବର୍ଷର ରହିବ ଏବଂ ଏହି ସମୟରେ ପେ ମାଟ୍ରିକ୍ସ ଅନୁଯାୟୀ, ୨୧,୭୦୦ ଟଙ୍କାରୁ ନେଇ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ତେବେ ଖୁବ୍ଶୀଘ୍ର ଆବେଦନ ତାରିଖ ଘୋଷଣା କରାଯିବ। ସିଆରପିଏଫ୍ ଓ୍ବେବସାଇଟ୍ crpf.gov.inରେ ସମସ୍ତ ତଥ୍ୟ ଉପଲବ୍ଧ ହେବ।