ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ହୋଲିର ୨ ଦିନ ପୂର୍ବରୁ ଦିଲ୍ଲୀରେ ରେକର୍ଡ ମଦ ବିକ୍ରି, ଜାଣନ୍ତୁ ଲୋକେ କିଣିନେଲେ କେତେ ଲକ୍ଷ ବୋତଲ

7/03/2023 at 9:20 PM

ନୂଆଦିଲ୍ଲୀ ୭।୩: ହୋଲି ଅବସରରେ ରାଜଧାନୀ ଦିଲ୍ଲୀରେ ମଦ ବିକ୍ରି ରେକର୍ଡ ଭାଙ୍ଗିଛି। ରବିବାର ଓ ସୋମବାର ଦୁଇ ଦିନରେ ପ୍ରାୟ ୪୦ ଲକ୍ଷ ମଦ ବୋତଲ ଲୋକେ କିଣିନେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅନୁସାରେ ମଦ ବିକ୍ରି ଆଶାନୁରୂପ ରହିଛି। ତେବେ ଏହି ବିକ୍ରି ସାଧାରଣ ଦିନ ଅପେକ୍ଷା ବହୁତ ଅଧିକ ବୋଲି କହିଛନ୍ତି। ରବିବାର ଓ ସୋମବାର ପୂର୍ବରୁ ଦିଲ୍ଲୀରେ ଦୈନିକ ୧୨ରୁ ୧୩ ଲକ୍ଷ ବୋତଲ ମଦ ବିକ୍ରି ହୋଇଥାଏ। ଅଧିକାରୀଙ୍କ ଅନୁସାରେ କୋଭିଡ ପରେ ଜାତୀୟ ରାଜଧାନୀରେ ପ୍ରଥମ ଥର ରେକର୍ଡ ପରିମାଣର ମଦ ବିକ୍ରି ହୋଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ପାଖାପାଖି ୬୦୦ ବ୍ରାଣ୍ଡ ମଦ କରବାର ପାଇଁ ପଞ୍ଜିକୃତ ଥିଲେ। ଅର୍ଥାତ ରାଜଧାନୀରେ ଲୋକଙ୍କ ଲାଗି ୬୦୦ଟି ବ୍ରାଣ୍ଡ ଆଭେଲେବଲ ହେଉଥିଲା। ଯହା ଚଳିତବର୍ଷ ୯୫୦କୁ ପହଞ୍ଚି ଯାଇଛି। ତଥ୍ୟ ମୁତାବକ ରାଜଧାନୀରେ ଦିଲ୍ଲୀରେ ଏବେ ୯୬୦ଟି ବ୍ରାଣ୍ଡ ରେଜିଷ୍ଟ୍ରେଡ ଅଛନ୍ତି। ଯେଉଁଥିରେ ବିଦେଶୀ ସହିତ ଦେଶୀ ବ୍ରାଣ୍ଡ ବି ରହିଛି। ସମସ୍ତ ବ୍ରାଣ୍ଡ ଦିଲ୍ଲୀର ୫୬୦ ମଦ ଦୋକାନରେ ଉପଲବ୍ଧ ହେଉଛି।

ଦିଲ୍ଲୀ ଏକ୍ସାଇଜ ଡିପାର୍ଟମେଣ୍ଟ ଅନୁସାରେ ହୋଲି ଅବସରରେ ଜାତୀୟ ରାଜଧାନୀରେ ଲୋକଙ୍କୁ ମଦ ଯେପରି ଅଭାବ ନପଡେ ସେଥିଲାଗି ହୋଲସେଲ ଓ ରିଟେଲ ଦୋକାନ ଲାଗି ହ୍ୱିସ୍କି ଓ ବିୟରର ୧କୋଟି ବୋତଲ ମହଜୁଦ କରାଯାଇଥିଲା। ଅର୍ଥାତ ସରକାର ଓ ବିଭାଗ ପ୍ରଥମରୁ ହୋଲି ବମ୍ପର ସେଲ ଲାଗି ପ୍ରସ୍ତୁତି କରିନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ବୁଧବାର ହୋଲି ଦିନ ଡ୍ରାଇ ଡେ ରହିବ। ଏଣୁ ସବୁ ମଦ ଦୋକାନ ବନ୍ଦ ରହିବ। ବଳକା ମଦ ମଙ୍ଗଳବାର ବିକ୍ରି ହୋଇଯିବ ବୋଲି ଦୋକାନୀମାନେ ଆଶା ବାନ୍ଧିଛନ୍ତି।

   Related Posts