vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସଂକ୍ରମଣରେ ରେକର୍ଡ: ଭୁବନେଶ୍ଵରରୁ ଚିହ୍ନଟ ହେଲେ ୩୭୦ କରୋନା ଆକ୍ରାନ୍ତ, କଟକରେ ଆଜି ୧୬୨ ପଜିଟିଭ୍

19/08/2020 at 5:28 PM

ଭୁବନେଶ୍ଵର ୧୯।୦୮: ସବୁ ପ୍ରୟାସ ପରେ ବି ରାଜ୍ୟରେ କରୋନା ପ୍ରକୋପ ଥମିବାର ନାଁ ଧରୁନାହିଁ। ପ୍ରତି ଦିନ ସଂକ୍ରମଣରେ ନୂତନ ରେକର୍ଡ ହେଉଛି। ଦ୍ଵେତନଗରୀ ବା ଟ୍ଵିନ ସିଟିରେ କରୋନାର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନୂତନ ସଂକ୍ରମଣରେ ଭୁବନେଶ୍ଵର ଆଜି ସବୁ ରେକର୍ଡ କାଟିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ଵାରାଣ୍ଟାଇନ୍‌ରୁ ୨୦୪ ଏବଂ ସ୍ଥାନୀୟ ଆକ୍ରାନ୍ତ ୧୬୬ ଅଛନ୍ତି। ସେହି ପରି କଟକରେ ଆଜି ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିମଏସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୩୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬  ହଜାର ଟପି ୬୦୭୭ରେ ପହଞ୍ଚିଛି। ଏହି ସମୟରେ ରାଜଧାନୀରେ ଆଉ ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାପରେ ରାଜଧାନୀରେ ମୋଟ୍ ଆରୋଗ୍ୟ ସଂଖ୍ୟା ୩୮୪୦କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ୩୦ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୨୨୦୧ ରହିଛି।

ସେହି ପରି କଟକ ମହାନଗର ନିଗମ(ସିଏମସି) ଅନୁଯାୟୀ ଗତ ୨୪ ଘଣ୍ଟାରେ କଟକରେ ୧୬୨ ନୂତନ କେସ୍ ଚିହ୍ନଟ ହୋଇଛି। ଏଥିରୁ ସଂସ୍ଥାଗତ ସଙ୍ଗରୋଧ କେନ୍ଦ୍ରରୁ ୩୧ ଓ ହୋମ କ୍ଵାରେଣ୍ଟାଇନ୍‌ରୁ ୬୯  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୬୨ ରହିଛି। ଗୋଟିଏ ଦିନରେ ଆଜି ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ୧୬୨ କେସ୍‌କୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭୮କୁ ବଦ୍ଧି ଘଟିଛି। ଏଥିରୁ ୧୬୪୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୮ ରହିଛି। ଉଲ୍ଲେଖଯୋଗ୍ୟ କରୋନା ନିୟନ୍ତ୍ରଣ ପାଇଁ ଟ୍ଵିନ ସିଟିରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍ କରାଯାଉଛି।

   Related Posts