ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ରହିବାରେ ଚତୁର୍ଥ ସ୍ଥାନରେ ମୋଦି, ଜାଣନ୍ତୁ କିଏ ଥିଲେ ୧୩ ଦିନ?

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ ୨।୩: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ କାର୍ଯ୍ୟକାଳ ମିଳିବ କି ନା ତାହା ଆଗାମୀ ସାଧାରଣ ନିର୍ବାଚନରେ ଲୋକେ ନିର୍ଦ୍ଧାରଣ କରିବେ। ତେବେ ଦେଶରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ ପଣ୍ଡିତ ଜବାହାରଲାଲ ନେହରୁଙ୍କ ନାମରେ ରହିଛି। ଏହି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚତୁର୍ଥ ସ୍ଥାନରେ ଅଛନ୍ତି। ପଣ୍ଡିତ ଜବାହାରଲାଲ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ।  ସେ ୧୫ ଅଗଷ୍ଟ ୧୯୪୭ରୁ ୨୭ ମେ ୧୯୬୪ ପର୍ଯ୍ୟନ୍ତ ଏହି ପଦରେ ଥିଲେ।

{"id":916397,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ରୂପେ ନେହରୁ ମୋଟ ୬,୧୩୦ ଦିନ କାମ କରିଥିଲେ। ଗୁଲଜାରୀଲାଲ ନନ୍ଦାଙ୍କ ନାମ ସବୁଠୁ କମ୍ ଦିନର ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ରହିଛି। ସେ ପ୍ରଥମ ଥର ୨୭ ମେ ୧୯୬୪ରୁ ୯ ଜୁନ ୧୯୬୪ ଓ ପରବର୍ତ୍ତି କାଳରେ ୧୧ ଜାନୁୟାରୀ ୧୯୬୬ରୁ ୨୪ ଜାନୁୟାରୀ ୧୯୬୬ ଏପରି ଦୁଇଥର ୧୩ ଦିନ ଲେଖାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ନନ୍ଦାଙ୍କ ପରେ ଲାଲବାହାଦୂର ଶାସ୍ତ୍ରୀ ୯ ଜୁନ ୧୯୬୪ରୁ ୧୧ ଜାନୁୟାରୀ ୧୯୬୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ରୂପେ ତାଙ୍କ କାର୍ଯ୍ୟକାଳ ମୋଟ ୫୮୨ ଦିନର ଥିଲା।

{"id":916396,"sizeSlug":"full","linkDestination":"none"}

ଇନ୍ଦିରା ଗାନ୍ଧି ପ୍ରଥମ ଥର ୨୪ ଜାନୁୟାରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ୧୪ ଜାନୁୟାରୀ ୧୯୮୦ରୁ ୩୧ ଅକ୍ଟୋବର ୧୯୮୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ଏହି ପରି ଇନ୍ଦିରା ମୋଟ ୫୮୨୯ ଦିନ ପ୍ରଧାନମନ୍ତ୍ରୀ ଥିଲେ। ତେବେ ମଝିରେ ଇନ୍ଦିରାଙ୍କ ପରେ ପରେ ମୋରାରଜୀ ଦେଶାଈ ୨୪ ମାର୍ଚ୍ଚ ୧୯୭୭ରୁ ୨୮ ଜୁଲାଇ ୧୯୭୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ରୂପେ ଦେଶାଈ ମୋଟ ୮୫୬ ଦିନ କାମ କରିଥିଲେ।

{"align":"center","id":916395,"sizeSlug":"full","linkDestination":"none"}

୨୮ ଜୁଲାଇ ୧୯୭୯ରୁ ୧୪ ଜାନୁୟାରୀ ୧୯୮୦ ପର୍ଯ୍ୟନ୍ତ ଚୌଧୁରୀ ଚରଣ ସିଂହ ୧୭୦ ଦିନ ନିମନ୍ତେ ପ୍ରଧାନମନ୍ତ୍ରୀ ପଦରେ ଥିଲେ। ଚୌଧୁରୀ ଚରଣ ସିଂହ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଥିଲେ। ୩୧ ଅକ୍ଟୋବର ୧୯୮୪ରୁ ୨ ଡିସେମ୍ବର ୧୯୮୯ ପର୍ଯ୍ୟନ୍ତ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ ୧୮୫୮ ଦିନର ଥିଲା। ୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ପର୍ଯ୍ୟନ୍ତ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାମନ୍ତ୍ରୀ ଥିଲେ। ସେ ମୋଟ ୩୪୩ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୂପେ କାମ କରିଥିଲେ।

{"align":"center","id":916394,"sizeSlug":"full","linkDestination":"none"}

୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ ୧୯୯୧ ପର୍ଯ୍ୟନ୍ତ ଚନ୍ଦ୍ରଶେଖର ୨୨୩ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ୨୧ ଜୁନ ୧୯୯୧ରୁ ୧୬ ମେ ୧୯୯୬ ପର୍ଯ୍ୟନ୍ତ ନରସିମହା ରାଓ ୧,୭୯୧ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ୧୬ ମେ ୧୯୯୬ରୁ ୧ ଜୁନ ୧୯୯୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦ୍ୱିତୀୟ ବାର ୧୯ ମାର୍ଚ୍ଚ ୧୯୯୮ରୁ ୨୨ ମେ ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହିପରି ବାଜପେୟୀ ପ୍ରଥମେ ୧୬ ଦିନ ଓ ପରେ ୨ହଜାର ୨୫୬ ଦିନ ପ୍ରଧାନମନ୍ତ୍ରୀ ଭାବେ କାମ କରିଛନ୍ତି।

{"id":916393,"width":840,"height":471,"sizeSlug":"full","linkDestination":"none"}

ଏଚ.ଡି.ଦେବଗୌଡା ୧ ଜୁନ ୧୯୯୬ରୁ ୨୧ ଏପ୍ରିଲ ୧୯୯୭ ପର୍ଯ୍ୟନ୍ତ ୩୨୪ ଦିନ ଯାଏ ଦେଶର ପ୍ରଧାମନ୍ତ୍ରୀ ରୂପେ କାମ କରିଛନ୍ତି। ଇନ୍ଦ୍ର କୁମାର ଗୁଜରାଲ ୨୧ ଏପ୍ରିଲ ୧୯୯୭ରୁ ୧୯ ମାର୍ଚ୍ଚ ୧୯୯୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ସେ ମୋଟ ୩୩୨ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ଥିଲେ। ଡ.ମନମୋହନ ସିଂହ ୨୨ ମେ ୨୦୦୪ରୁ ୨୫ ମେ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ ୩ହଜାର ୬୫୫ ଦିନର ଥିଲା। ନରେନ୍ଦ୍ର ମୋଦି ୨୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଥର ଦାୟିତ୍ୱଗ୍ରହଣ କରିଥିଲେ। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଏବେ ଚାଲିଛି। ୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସେ ଏପର୍ଯ୍ୟନ୍ତ ୩୫୬୭ ଦିନ ଧରି ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.