oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

DBTରେ ମୋଦୀ ସରକାରଙ୍କ ରେକର୍ଡ, ହିତାଧିକାରୀଙ୍କ ଖାତାରେ ଜମା କରିସାରିଲେନି ୨୫ ଟ୍ରିଲିୟନ ଟଙ୍କା

18/09/2022 at 6:16 PM

ନୂଆଦିଲ୍ଲୀ: ମୋଦୀ ସରକାର ସମୟରେ ଲାଭାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଟଙ୍କା ଟ୍ରାନ୍ସଫର ହେବାର ରେକର୍ଡ ହୋଇଛି । ୨୦୧୪ରୁ ଆଜି ଯାଏଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ୨୫ ଟ୍ରିଲିୟନ ଟଙ୍କା ଟ୍ରାନ୍ସଫର କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନାରେ ନୂଆ ନୂଆ ଲାଭାର୍ଥୀ ଯୋଡି ହେବା ପରେ ଡିବିଟି ଟ୍ରାନ୍ସଫର ପ୍ରତି ବର୍ଷ ବଢିବାରେ ଲାଗିଛି । ୨୦୧୯-୨୦ ମସିହାରେ ଡିବିଟି ମାଧ୍ୟମରେ ତିନି ଟ୍ରିଲୟନ ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ୨୦୨୦-୨୧ରେ ଏହି ସଂଖ୍ୟା ବଢି ୫.୫ ଟ୍ରିଲିୟନ ହୋଇଛି । ସେହିପରି ଗତ ଆର୍ଥିକ ବର୍ଷରେ ଏହା ୬.୩ ଟ୍ରିଲିୟନ ହୋଇଛି । ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୨.୩୫ ଟ୍ରିଲିୟନ ଟଙ୍କା ଲାଭାର୍ଥୀଙ୍କ ଆକାଉଣ୍ଟରେ ଜମା କରାଯାଇଛି ।

୨୦୧୪ରୁ ଆରମ୍ଭ ହୋଇଥିବା ଡିବିଟି ଯୋଜନାରେ ଲାଭାର୍ଥୀଙ୍କ ଖାତାରେ ୫୬ ପ୍ରତିଶତ ଅର୍ଥ ଜମା ଗତ ଅଢେଇ ବର୍ଷରେ ହୋଇଛି । ସରକାର ଏହା ଜରିଆରେ ଆସୁବିଧାରେ ଥିବା ଲୋକଙ୍କ ନିକଟରେ ସାହାଯ୍ୟ ପହଞ୍ଚାଉଛନ୍ତି । ମୁଖ୍ୟତଃ ୨୦୨୦ ମାର୍ଚ୍ଚରେ କରୋନାରେ ଏହାର ଉପଯୋଗ କରି ଲାଭାର୍ଥୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଯାଇଥିଲା । ଗତ ଆର୍ଥିକ ବର୍ଷରେ ୭୩ କୋଟି ଲୋକଙ୍କ ଖାତାରେ ଡିବିଟି ଜରିଆରେ ଟଙ୍କା ଜମା କରାଯାଇଥିଲା ।

ସରକାରଙ୍କ ଦାବି ଅନୁସାରେ, ଡିବିଟି ଲାଗୁ ହେବା ପରେ ୨.୨ ଟ୍ରିଲିୟନ ଟଙ୍କା ବାଟମାରଣା ହେବାରୁ ରୋକା ଯାଇଛି । ଟଙ୍କାର ଭୁଲ ବ୍ୟବହାର ରୋକିବା ପାଇଁ ସରକାର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୫୩ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ଯୋଜନା ଡିବିଟି ଯୋଜନା ସହ ଜଡିତ ରହିଛି ।

   Related Posts