ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୫୨ହଜାରରୁ ଅଧିକ ପରୀକ୍ଷଣ
16/08/2020 at 10:16 AM

ଭୁବନେଶ୍ୱର ୧୬।୦୮: ରାଜ୍ୟରେ କରୋନା ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେ ଲାଗିଛି । ତେବେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ହଜାରରୁ ଅଧିକ କରୋନା ଟେଷ୍ଟ କରାଯାଇଛି ।
ଓଡ଼ିଶାରେ ଗୋଟିଏ ଦିନରେ ସର୍ବାଧିକ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି। ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବାକୁ ଲକ୍ଷ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ୫୦ ହଜାରରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ତେବେ ରାଜ୍ୟରେ ଗୋଟିଏ ଦିନରେ ୫୨ ହଜାର ୭୯୫ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୧୦ ହଜାର ୨୪୦ RT-PCR ଟେଷ୍ଟ, ୪୨ ହଜାର ୪୧୪ ଆଣ୍ଟିଜେନ୍ ଏବଂ ୧୪୧ ଟ୍ରୁଏନାଟ୍ ଟେଷ୍ଟ କରାଯାଇଛି। ଏଥିମଧ୍ୟରୁ ଭୁବନେଶ୍ବର RMRCରେ ୧୮୯୭, ILSରେ ୧୩୯୦, କଟକ ଏସସିବିରେ ୨୪୬୦ ଟେଷ୍ଟ କରାଯାଇଛି ।
ଟେଷ୍ଟ ଯେତେ ପରିମାଣର ବଢିବ , ଆଗକୁ ଅଧିକ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବାର ମଧ୍ୟ ଆଶଙ୍କା ରହିଛି । ସେହିପରି ଆଗକୁ ରାଜ୍ୟରେ ଟେଷ୍ଟିଂ କ୍ଷମତା ୧ ଲକ୍ଷକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବରୁ ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଛନ୍ତି ।