Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଟେଷ୍ଟ କ୍ରିକେଟ୍‌ରେ ରେକର୍ଡ, ଭାରତ ବିରୋଧରେ ୨ ହଜାରରୁ ଅଧିକ ରନ୍‌ କରିଛନ୍ତି ଏହି ସାତ ବ୍ୟାଟର, ଜାଣନ୍ତୁ ଟପ୍‌ରେ କିଏ ?

11/03/2023 at 12:37 PM

ମୁମ୍ବାଇ ୧୧।୦୩ : ଟେଷ୍ଟ କ୍ରିକେଟ୍‌ରେ ଏବେ ଯାଏଁ ସାତ ଜଣ ଏପରି ବ୍ୟାଟସମ୍ୟାନ୍‌ ଅଛନ୍ତି । ଯିଏକି ଭାରତୀୟ ଟିମ୍‌ ବିରୋଧରେ ଦୁଇ ହଜାରରୁ ଅଧିକ ସଂଗ୍ରହ କରିଛନ୍ତି । ଏଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ୱେଷ୍ଟଇଣ୍ଡିଜ୍‌ର ଦୁଇ ଜଣେ ଲେଖାଏଁ ଖେଳାଳି ସାମିଲ ଅଛନ୍ତି ।

abplive

ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭାରତ ବିରୋଧରେ ସବୁଠୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ୧୯୯୬ରୁ ୨୦୨୧ ମଧ୍ୟରେ ଏହି ବରିଷ୍ଠ ବ୍ୟାଟସମ୍ୟାନ୍‌ ଭାରତରେ ବିରୋଧରେ ୨୯ଟି ମ୍ୟାଚ୍‌ରେ ୫୧ଟି ପାଳି ଖେଳି ୨୫୫୫ ରନ୍‌ ସଂଗ୍ରହ କରିଛନ୍ତି ।

abplive

ଇଂଲଣ୍ଡର ବ୍ୟାଟସମ୍ୟାନ୍‌ ଜୋ ରୁଟ୍‌ ଏହି ତାଲିକାରେ ୨ୟ ସ୍ଥାନରେ ଅଛନ୍ତି । ଭାରତ ବିରୋଧରେ ସେ ୨୫୨୬ ରନ୍‌ ସଂଗ୍ରହ କରିଛନ୍ତି । ୨୫ଟି ମ୍ୟାଚ୍‌ରେ ୪୫ଟି ପାଳି ଖେଳି ୬୩.୧୫ ପ୍ରତିଶତରେ ଏହି ରନ୍‌ ସଂଗ୍ରହ କରିଛନ୍ତି ।

abplive

ଏହି ତାଲିକରେ ୩ୟରେ ଅଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଏଲିଷ୍ଟର କୁକ୍‌ । ୨୦୦୬ରୁ ୨୦୧୮ ମଧ୍ୟରେ ଏହି ବ୍ୟାଟସମ୍ୟାନ୍‌ ଭାରତ ବିରୋଧରେ ୩୦ଟି ଟେଷ୍ଟ ମ୍ୟାଚ୍‌ର ୫୪ଟି ପାରି ଖେଳିଛନ୍ତି । ସର୍ବମୋଟ ୪୭.୬୬ ପ୍ରତିଶତରେ ୨୪୩୧ ରନ୍‌ ସଂଗ୍ରହ କରିଛନ୍ତି ।

abplive

ଓ୍ୱେଷ୍ଟଇଣ୍ଡିଜ୍‌ରେ ମହାନତମ ବ୍ୟାଟସମ୍ୟାନ୍‌ କ୍ଲାଇଭ୍ ଲଏଡ ମଧ୍ୟ ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି । ୧୯୬୬ରୁ ୧୯୮୩ ମଧ୍ୟରେ ସେ ଭାରତ ବିରୋଧରେ ୨୮ଟେଷ୍ଟ ମ୍ୟାଚ୍‌ର ୪୪ଟି ପାରି ଖେଳିଛନ୍ତି । କ୍ଲାଇବ୍‌ ଲଏଡ ୫୮.୬୦ ପ୍ରତିଶତରେ ୨୩୪୪ ରନ୍‌ ସଂଗ୍ରହ କରିଛନ୍ତି ।

abplive

ପାକିସ୍ତାନରେ ପୂର୍ବତନ କ୍ରିକେଟର ଜାଭେଦ୍‌ ମିଆଁବାଦ୍‌ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ଭାରତ ବିରୋଧରେ ୧୯୭୮ରୁ ୧୯୮୯ ମଧ୍ୟରେ ୨୮ଟି ମ୍ୟାଚ୍‌ର ୩୯ଟି ପାରି ଖେଳିଛନ୍ତି । ମିଆଁବାଦ୍‌ ୬୭.୫୧ ପ୍ରତିଶତରେ ମୋଟ ୨୨୨୮ ରନ୍‌ ସଂଗ୍ରହ କରିଛନ୍ତି ।

abplive

ଓ୍ୱେଷ୍ଟଇଣ୍ଡିଜ୍‌ରେ ପୂର୍ବତନ କ୍ରିକେଟର ଶିବନାରାୟଣ ଚନ୍ଦ୍ରପାଲ୍‌ ଏହି ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି । ଚନ୍ଦ୍ରପାଲ୍‌ ୧୯୯୪ରୁ ୨୦୧୩ ମଧ୍ୟରେ ଭାରତ ବିରୋଧରେ ୨୫ ଟେଷ୍ଟର ୪୪ଟି ପାରି ଖେଳିଛନ୍ତି । ଚନ୍ଦ୍ରପାଲ୍‌ ମୋଟ ୨୧୭୧ ରନ୍‌ ସଂଗ୍ରହ କରିଛନ୍ତି ।

abplive

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାର୍କ ଏହି ତାଲିକାରେ ୭ମ ସ୍ଥାନରେ ରହିଛନ୍ତି । ୨୦୦୪ରୁ ୨୦୧୪ ମଧ୍ୟରେ ଟିମ୍‌ ଇଣ୍ଡିଆ ବିରୋଧରେ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ୪୦ଟି ପାରି ଖେଳିଛନ୍ତି । ମୋଟ ୨୦୪୯ ରନ୍‌ ସଂଗ୍ରହ କରିଛନ୍ତି କ୍ଲାର୍କ ।

   Related Posts