ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦; ଚହଲଙ୍କ ପାଇଁ ରେକର୍ଡ ଅପେକ୍ଷାର ଦିନ, ୪ଟି ଓ୍ବିକେଟ୍ ନେଲେ ପହଞ୍ଚିବେ ଶୀର୍ଷରେ

Published By : Prameya-News7 Bureau | January 03, 2023 IST

ମୁମ୍ବାଇ: ରେକର୍ଡ ଅପେକ୍ଷାରେ ୟୁଜବେନ୍ଦ୍ର ଚହଲ । ନୂଆ ବର୍ଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ମଙ୍ଗଳବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ୪ଟି ଓ୍ବିକେଟ୍ ନେଲେ ନୂଆ ରେକର୍ଡ କରିବେ ଭାରତୀୟ ଦଳର ଏହି ଲେଗ୍ ସ୍ପିନର । ଟି-୨୦ରେ ଟିମ୍ ଇଣ୍ଡିଆର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ଖେଳାଳି ହେବେ । ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ ନାଁରେ ୮୭ଟି ଓ୍ବିକେଟ୍ ରହିଛି । ୪ଟି ଓ୍ବିକେଟ୍ ନେଲେ ଭୁବନେଶ୍ବର କୁମାରଙ୍କୁ ପଛରେ ଶୀର୍ଷ ସ୍ଥାନ ଅଧିକାର କରିବେ ଚହଲ । ସେହିପରି ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍‌ ୧୩ତମ ଶ୍ରୀଲଙ୍କା ଖେଳାଳି ଭାବେ ୫୦ଟି-ଟ୍ୱେଣ୍ଟି ପୂରଣ କରିବେ ।

ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ମଙ୍ଗଳବାର ଓ୍ବାଙ୍ଖେଡେ ଷ୍ଟାଡ଼ିୟମରେ ସଂଧ୍ୟା ୭ଟାରେ ପ୍ରଥମ ଟି-୨୦ ଟକ୍କର । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତ ଏକ ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ସୂର୍ଯ୍ୟକୁମାର ଯାଦବ ଉପ-ଅଧିନାୟକ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଦକ୍ଷତା ପ୍ରମାଣିତ କରିବାକୁ ଅପେକ୍ଷା କରି ରହିଛନ୍ତି । ଫଳରେ ମ୍ୟାଚ୍‌ଟି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଭିନ୍ନ ସ୍ୱାଦ ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.