ଭୁବନେଶ୍ଵର ୨୬।୦୯: ରାଜ୍ୟରେ କରୋନା ସଂକ୍ରମଣ ଯେଉଁ ହାରରେ ବଢି ଚାଲିଛି ସେହି ଅନୁସାରେ ସୁସ୍ଥ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଏହି କ୍ରମରେ ଆଜି ଓଡିଶାରେ ସୁସ୍ଥ ସଂଖ୍ୟା ସବୁ ରେକର୍ଡ କାଟି ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବକାଳୀନ ୪୭୬୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୯୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ୧୧୭୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟା ସରକାରଙ୍କଠୁ ନେଇ ଜନ ସାଧାରଣଙ୍କ ପାଇଁ ବଡ ଆଶ୍ଵସ୍ତିକର ହୋଇଛି। କଟକ ଜିଲ୍ଲାଲରୁ ୪୧୧, ମୟୂରଭଞ୍ଜ ଜିଲ୍ଲାରୁ ୨୧୬, ସୁନ୍ଦରଗଡ ଜିଲ୍ଲାରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ଵରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳ ଜିଲ୍ଲାରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
wp:html/wp:htmlHappy to share that with the discharge of another 4761 Covid patients today, Odisha touches another high in single day recovery of Covid cases.
— H & FW Dept Odisha (@HFWOdisha) September 26, 2020
The total recovered cases of Odisha now stand at 170193.
1173 from Khordha
411 from Cuttack
216 from Mayurbhanj
167 from Sundargarh
ସେହି ପରି ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡାରୁ ୫୩, ରାୟଗଡାରୁ ୫୧, ନୟାଗଡରୁ ୪୨, ଦେବଗଡରୁ ୧୬, ଗଜପତିରୁ ୧୩ ଓ ଗଜପତିରୁ ୧୩ ଜଣ କରୋନା ମୁକ୍ତ ହୋଇଛନ୍ତି। ଏହି ପରି ୩୦ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ରେକ୍ରଡ ୪୭୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
wp:html/wp:html89 from Kendrapara
— H & FW Dept Odisha (@HFWOdisha) September 26, 2020
86 from Bhadrak
66 from Malkangiri
65 from Bolangir
61 from Boudh
56 from Ganjam
53 from Nuapada
51 from Rayagada
42 from Nayagarh
16 from Deogarh
13 from Gajapati
587 from State Pool
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ରେ ପହଞ୍ଚିଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ୧ ଲକ୍ଷ ୭୦ ହଜାର ୧୯୩ ଆକ୍ରାନ୍ତ ଭଲ ହୋଇ ଘରକୁ ଫେରିଛନ୍ତି। ଏହି ମାରାତ୍ମକ ଭାଇରସରେ ୧୬ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୭୮୩କୁ ବୃଦ୍ଧି ଘଟିଛି।