ଚଳିତ ମାସରେ ରେଲୱେ ଭାଙ୍ଗିଲା ସବୁ ରେକର୍ଡ, ଏତିକି କୋଟି ଲୋକ କରିଛନ୍ତି ଟ୍ରେନ ଯାତ୍ରା

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ: ଯଦି କୌଣସି ଭାରତୀୟଙ୍କୁ ପ୍ରଶ୍ନ କରାଯାଏ ଯାତ୍ରା ପାଇଁ କେଉଁ ମାଧ୍ୟମ ଉପରେ ଅଧିକ ଭରସା କରନ୍ତି, ତେବେ ତାର ଗୋଟିଏ ଉତ୍ତର ହେବ- ଭାରତୀୟ ରେଳ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ପ୍ରତିଦିନ ରେଳରେ ଯାତ୍ରା କରନ୍ତି । କିନ୍ତୁ ଚଳିତ ମାସରେ ରେଳ ଯାତ୍ରାରେ ରେକର୍ଡ ହୋଇଛି । ଏପ୍ରିଲ ମାସର ୨୧ ତାରିଖ ସୁଦ୍ଧା ରେଲୱେ ୪୧ କୋଟିରୁ ଅଧିକ ଲୋକଙ୍କୁ ନିଜ ସେବା ପ୍ରଦାନ ଦେଇଛି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରେଲୱେ ପକ୍ଷରୁ ଅନେକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଟ୍ରେନରେ ଲୋକଙ୍କ ଏତେ ଭିଡ଼ ଯୋଗୁଁ ଏହାକୁ ପରିଚାଳନା କରିବା ସହଜ ନଥିଲା ।

ଭାରତୀୟ ରେଲୱେ ନିଜ ପରିଚାଳନା ଏବଂ ଯାତ୍ରୀ ସେବାରେ ଅସୁବିଧାକୁ ରେଖଙ୍କିତ କରି କହିଛି ଯେ ଏପ୍ରିଲ୍ ୨୧ ସୁଦ୍ଧା ୪୧ କୋଟିରୁ ଅଧିକ ଲୋକ ଟ୍ରେନ ଯାତ୍ରା କରିଛନ୍ତି । ରେଲୱେର ଜଣେ ଅଧିକାରୀ କହିଛନ୍ତି, 'ଭାରତୀୟ ରେଲୱେ ଏପ୍ରିଲ୍ ୧-୨୧ ମଧ୍ୟରେ ୪୧.୬ କୋଟି ଲୋକଙ୍କୁ ଯାତ୍ରା କରାଇଛି । ଗତ ସପ୍ତାହର ଶନିବାର ଏବଂ ରବିବାର ଏପ୍ରିଲ୍ ୨୦ ଏବଂ ୨୧ରେ ୩.୩୮ କୋଟି ଯାତ୍ରୀ ବିଭିନ୍ନ ଗନ୍ତବ୍ୟ ପାଇଁ ଟ୍ରେନରେ ଯାତ୍ରା କରିଛନ୍ତି । ଏହାସହ ଗତ ସପ୍ତାହରେ ମୋଟ ୧୩.୬୯ କୋଟି ଯାତ୍ରୀ ରେଳରେ ଯାତ୍ରା କରିଛନ୍ତି ।'

ଅଧିକାରୀ କହିଛନ୍ତି, 'ରେଲୱେ ଗ୍ରୀଷ୍ମ ଛୁଟି କାରଣରୁ ଟ୍ରେନ ଯାତ୍ରୀଙ୍କ ସଂଖ୍ୟାରେ ଅଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ପେଶାଲ ଟ୍ରେନ ଆରମ୍ଭ କରି ଏବଂ ଷ୍ଟେସନରେ ସୁବିଧାରେ ସୁଧାର କରିବା ପାଇଁ ବିସ୍ତୃତ ଉପାୟ ଆପଣାଇଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.