ଏବେ ନେତାଙ୍କ ସୁପାରିଶ ଅଥବା ଡିଓ ନୋଟ୍‌ରେ ହେବନି କର୍ମଚାରୀଙ୍କ ବଦଳି, ଜାରି ହେଲା ଅଧିସୂଚନା

Published By : Prameya-News7 Bureau | October 15, 2021 IST

ଶିମଲା ୧୫।୧୦: ହିମାଚଳ ପ୍ରଦେଶ ସରକାର ଏକ ଅଧିସୂଚନା (ନୋଟିଫିକେସନ) ଜାରି କରିଛନ୍ତି। ଏଥିରେ ସରକାରୀ କର୍ମଚାରୀଙ୍କ ବଦଳି ଏବେ କୌଣସି ନେତାମନ୍ତ୍ରୀଙ୍କ ସୁପାରିଶ ଅଥବା ଡିଓ ନୋଟ୍‌ରେ ହେବ ନାହିଁ ବୋଲି କହିଛନ୍ତି। ବିଧାୟକଙ୍କ ଡିଓ ନୋଟ୍‌ରେ ହୋଇଥିବା ବଦଳିକୁ ରାଜ୍ୟ ହାଇକୋର୍ଟ ରଦ୍ଦ କରିବା ପରେ ସରକାର ଏହି ନୋଟିଫିକେସନ ଜାରି କରିଛନ୍ତି।

{"id":527625,"width":840,"height":567,"sizeSlug":"full","linkDestination":"none"}

ମୁଖ୍ୟ ଶାସନ ସଚିବ ପର୍ସନେଲ ଡିପାର୍ଟମେଣ୍ଟ ମାଧ୍ୟମରେ ଜାରି କରିଥିବା ନୋଟିଫିକେସନରେ ଏବେ ସରକାରୀ କର୍ମଚାରୀଙ୍କ ପଦୋନ୍ନତୀ ଅଥବା ବଦଳି ସାମ୍ବିଧାନିକ ପଦପଦବୀ ଅକଳଙ୍କୃତ କରିଥିବା ବ୍ୟକ୍ତିଙ୍କ ସୁପାରିଶ ଅଥବା ଡିଓ ନୋଟ୍ ଆଧାରରେ କରାଯିବ ନାହିଁ। ରାଜ୍ୟରେ ପ୍ରଚଳିତ ଏହି ପ୍ରକ୍ରିୟାକୁ ପୁରାପୁରି ବନ୍ଦ କରିଦିଆଯାଇଛି। ଏହି ନୋଟିଫିକେସନକୁ ସବୁ ବିଭାଗ ମୁଖ୍ୟଙ୍କ ନିକଟକୁ ମଧ୍ୟ ପଠାଇ ଦିଆଯାଇଛି। ଆଗକୁ କର୍ମଚାରୀଙ୍କ ବଦଳି ଅଥବା ପଦୋନ୍ନତୀରେ ଏପରି ଲୋକଙ୍କ ସୁପାରିଶ ଗ୍ରହଣ ନ କରିବା ଲାଗି କଡ଼ା ତାଗିଦ କରାଯାଇଛି।

{"id":527630,"width":838,"height":834,"sizeSlug":"full","linkDestination":"none"}

ଏବେ ରାଜ୍ୟରେ ସବୁ ଟ୍ରାନ୍ସଫର ଓ ପ୍ରମୋସନ ପ୍ରଶାସନିକ ଆଧାରରେ ହେବ। ତେବେ ରାଜ୍ୟରେ ସୁପାରିଶ ଏବଂ ଡିଓ ନୋଟରେ ଅଧିକାଂଶ ବଦଳି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ହେଉଥିଲା। ତେବେ ଏପରି ବଦଳିକୁ ହିମାଚଳ ପ୍ରଦେସ ହାଇକୋର୍ଟ ବେଆଇନ ବୋଲି କହିଛନ୍ତି। ଏଣୁ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ମୁଖ୍ୟ ଶାସନ ସଚିବ ଏ ନେଇ ନୋଟିଫିକେସନ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.