୧୫୦ ଟଙ୍କାରୁ କମ ରହିଛି ଏହିସବୁ ରିଚାର୍ଜ ପ୍ଲାନ, ମିଳୁଛି ଫ୍ରି କଲିଂ ସହ ଡାଟା ଓ ଏସଏମଏସ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ, ୨୬|୦୩: ବିଭିନ୍ନ ଟେଲିକମ କମ୍ପାନୀ ଗ୍ରାହକଙ୍କ ସୁବିଧାକୁ ଦେଖି ଶସ୍ତା ପ୍ଲାନ୍ ଲଞ୍ଚ୍ କରୁଛନ୍ତି । କେତେକ ପ୍ଲାନର ଦାମ୍ ୧୫୦ ଟଙ୍କାରୁ କମ ରହିଛି । ଏହି ସବୁ ପ୍ଲାନରେ ଫ୍ରି ଡାଟା ସହ ଅନଲିମିଟେଡ୍ କଲିଂ ଓ ଏସଏମଏସର ସୁବିଧା ରହିଛି । ଆସନ୍ତୁ ନଜର ପକାଇବା ଜିଓ ଓ ଭୋଡାଫୋନର କିଛି ଶସ୍ତା ପ୍ଲାନ ଉପରେ ।

ଜିଓ

୧୪୯ ଟଙ୍କାର ପ୍ଲାନ-ଏହି ପ୍ଲାନର ବୈଧତା ରହିଛି ୨୪ ଦିନ । ଏହି ପ୍ଲାନରେ ୟୁଜରଙ୍କୁ ଦୈନିକ ୧ ଜିବି ଡାଟା ସହ ୧୦୦ ଏସଏମଏସ ମିଳିବ । ଏହାସହ ଅନଲିମିଟେଡ୍ ଜିଓ ଟୁ ଜିଓ କଲିଂ ସୁବିଧା ମଧ୍ୟ ମିଳିବ । ସେହିପରି ଅନ୍ୟ ନେଟଓ୍ୱାର୍କକୁ କଲ ପାଇଁ କମ୍ପାନୀ ୩୦୦ ଫ୍ରି ମିନିଟ ମଧ୍ୟ ଦେଉଛି ।

{"id":244416,"width":748,"height":437,"sizeSlug":"large"}

ଭୋଡାଫୋନ


୧୯ ଟଙ୍କାର ପ୍ଲାନ- ଏହି ପ୍ଲାନରେ ସମସ୍ତ ନେଟଓ୍ୱର୍କକୁ ଫ୍ରି କଲ୍ କରିହେବ । ଏହାସହ ୨୦୦ ଏମବି ଡାଟା ମଧ୍ୟ ମିିଳିବ । କମ୍ପାନୀ ଏହି ପ୍ଲାନରେ ଜୀ୫ ଫ୍ରି ସବସ୍କ୍ରିବସନ୍ ଅଫର ମଧ୍ୟ ଦେଉଛି । ଏହି ପ୍ଲାନର ବୈଧତା ହେଉଛି ୨ ଦିନ ।

୧୨୯ ଟଙ୍କାର ପ୍ଲାନ- ଏହି ପ୍ଲାନର ବୈଧତା ହେଉଛି ୨୪ ଦିନ । ୟୁଜରଙ୍କୁ ଏହି ପ୍ଲାନରେ ଫ୍ରି ଲୋକାଲ ଓ ନ୍ୟାସନାଲ କଲ୍ ମିଳିବ । ସେହିପରି ୨ ଜିବି ଡାଟା ମଧ୍ୟ ମିଳିବ ।

{"id":244417,"width":751,"height":562,"sizeSlug":"large"}

୧୪୯ ଟଙ୍କାର ପ୍ଲାନ- ଏହାର ବୈଧତା ହେଉଛି ୨୮ ଦିନ । ୟୁଜରଙ୍କୁ ଏହି ପ୍ଲାନରେ ଫ୍ରି ଲୋକାଲ ଓ ନ୍ୟାସନାଲ କଲ୍ , ୩୦୦ ଏସଏମଏସ ମିଳିବ । ସେହିପରି ୨ ଜିବି ଡାଟା ମଧ୍ୟ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.