ନିଖୋଜ ରିସେପ୍ସନିଷ୍ଟଙ୍କୁ କରାଯାଇଛି ହତ୍ୟା, ମୁଖ୍ୟ ଅଭିଯୁକ୍ତ ବିଜେପି ନେତାଙ୍କ ପୁଅ ଗିରଫ

Published By : Prameya-News7 Bureau | September 23, 2022 IST

ଉତ୍ତରାଖଣ୍ଡ, ୨୩/୦୯: ଉତ୍ତରାଖଣ୍ଡ ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ୱର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୋଇ ରିସୋର୍ଟରେ ରିସେପ୍ସନିଷ୍ଟ ଥିବା ଜଣେ ଯୁବତୀଙ୍କୁ ନଦୀକୁ ଠେଲି ହତ୍ୟା କରାଯାଇଥିବା ଜଣାପଡ଼ିଛି । ରିସେପ୍ସନିଷ୍ଟଙ୍କ ନାମ ଅଙ୍କିତା ଭଣ୍ଡାରୀ । ୧୯ ବର୍ଷୀୟ ଅଙ୍କିତା ସେପ୍ଟେମ୍ୱର ୧୮-୧୯ ତାରିଖରୁ ନିଖୋଜ ରହିଥିଲେ ।

ମିଳିଥିବା ସୂଚନା ଅନୁସାରେ ଅଙ୍କିତାଙ୍କୁ ପାହଡ଼ ଉପରୁ ଗଙ୍ଗା ନଦୀକୁ ଠେଲି ହତ୍ୟା କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ ତାଙ୍କର ମୃତଦେହ ଉଦ୍ଧାର କରିପାରି ନାହିଁ ପୋଲିସ୍ । ଉଦ୍ଧାରକାରୀ ଦଳ ଜିଲ୍ଲା ପାୱାର ହାଉସ୍‌ ଆଖପାଖ ଅଞ୍ଚଳରେ ତଲାସି କାର୍ଯ୍ୟ ଜାରି ରଖିଛି । ଅନ୍ୟପଟେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ୍‌ କରିଛି । ୧୮ ତାରିଖ ରାତିରେ ଅଙ୍କିତାକୁ ହତ୍ୟା କରାଯାଇଥିବା ପୋଲିସ୍‌ କହିଛି ।

ପୋଲିସ୍‌ ଏହି ମାମଲାରେ ଜଣେ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟକୁ ଗିରଫ କରିଛି । ପୁଲକିତ ଏହି ରିସୋର୍ଟର ସଂଚାଳକ ଥିଲେ । ଅଙ୍କିତା ନିଖୋଜ ହେବା ପରେ ରିସୋର୍ଟର ସଂଚାଳକ ଏବଂ ଏହାର ମ୍ୟାନେଜର ଫୋରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଗିରଫ କରାଯାଇଛି ।

ଗିରଫ ପରେ ପୁଲକିତ ପୋଲିସ୍‌ ମିଛ ଗପ ଶୁଣାଇଥିଲା । ଅଙ୍କିତା କିଛି ଦିନ ଧରି ମାନସିକ ଚାପରେ ରହୁଥିଲେ । ତେଣୁ ସେମାନେ ୧୮ ଡିସେମ୍ୱରରେ ଅଙ୍କିତାକୁ ଋଷିକେଶ ବୁଲାଇ ନେଇଥିଲେ । ମଧ୍ୟ ରାତ୍ରିରେ ସେଠାରୁ ସମସ୍ତେ ଫେରିଥିଲେ । ପରେ ସମସ୍ତେ ରିସୋର୍ଟର ଅଲଗା ଅଲଗା ରୁମ୍‌ରେ ଶୋଇବାକୁ ଯାଇଥିଲେ । ହେଲେ ୧୯ ତାରିଖ ସକାଳୁ ସେମାନେ ଅଙ୍କିତା ରୁମ୍‌ରେ ନଥିବା ଦେଖିଥିଲେ ବୋଲି ପୋଲିସ୍‌କୁ କହିଥିଲା ଅଭିଯୁକ୍ତ ପୁଲକିତ । ଏହି ଘଟଣା ସମ୍ପୂର୍ଣ୍ଣ ମଛ ବୋଲି ପଛରେ ପୋଲିସ୍‌ ଜାଣିବାକୁ ପାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.