oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବିଦ୍ରୋହୀଙ୍କ ହିସାବ ନିଆଯିବ, ବାଲା ସାହେବଙ୍କ ନାଁ ବ୍ୟବହାର କରିବାକୁ ଦେବୁନି: ସଞ୍ଜୟ ରାଉତ

25/06/2022 at 5:31 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରାଜନୈତିକ ଡ୍ରାମା କ୍ଷଣିକେ ନୂତନ ମୋଡ ନେବାରେ ଲାଗିଛି । ମହାରାଷ୍ଟ୍ରର ମହାନାଟକ ସଂପ୍ରତି ଦେଶ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶିବସେନା । ପାର୍ଟି ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବିଦ୍ରୋହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ବିଦ୍ରୋହୀଙ୍କ ହିସାବ ନିକାଶ କରାଯିବ । ସନ୍ଧ୍ୟା ସୁଦ୍ଧା ସେମାନଙ୍କର ଅବସ୍ଥା ଲୋକଙ୍କ ସାମ୍ନାରେ ଥିବ । ଯିଏ ନିଜର ସ୍ୱାର୍ଥ ରାଜନୀତି ପାଇଁ ବାଲାସାହେବଙ୍କ ନାମ ବ୍ୟବହାର କରୁଛି, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଆମକୁ ଛାଡିଛି ସେ ଆମ ପୈତୃକ ନାମର ବ୍ୟବହାର କରି ପାରିବ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି ।

ସଞ୍ଜୟ ରାଉତ କହିଛନ୍ତି, ଆମେ ଛଅଟି ପ୍ରସ୍ତାବ ପାରିତ କରିଛୁ । ଏଥିରେ ସ୍ଥିର କରାଯାଇଛି ଯେ, ଶିବସେନା ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ରାସ୍ତାରେ ଚାଲିବ । ସେ କହିଛନ୍ତି, ମହାରାଷ୍ଟ୍ରର ଏକତା ପାଇଁ ଆମେ ସେମାନଙ୍କ ସହ କୌଣସି ପ୍ରକାରର ସାଲିସ କରି ପାରିବୁ ନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଲୋକେ ଶିବସେନାକୁ ଛାଡିଛନ୍ତି, ସେ ବାଲାସାହେବଙ୍କ ନାମରେ ଭୋଟ୍ ମାଗି ପାରିବ ନାହିଁ । ସେହି ଲୋକେ ନିଜ ପିତାଙ୍କ ନାମରେ ଭୋଟ୍ ମାଗନ୍ତୁ । ମହାବିକାଶ ଅଘାଡି ସରକାର ସଂପୂର୍ଣ୍ଣ ଭାବେ ଅଖଣ୍ଡ ଥିବା ସଞ୍ଜୟ ରାଉତ କହିଛନ୍ତି ।

ଏଥିସହ ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ଜଣା ପଡିବ ଯେ, ବିଦ୍ରୋହୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯେଉଁ କାମ କରିଛନ୍ତି, ତାହା ଦମଦାର ରହିଛି । ଆମେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଶିବସେନାର ୧୬ ବିଦ୍ରୋହୀଙ୍କୁ ଉପ ବାଚସ୍ପତିଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି ।

   Related Posts