ଫେରିଲେ ବିଦ୍ରୋହୀ ସାଂସଦ ଅମୋଲ କୋହ୍ଲେ: ଏନ୍ସିପି କହିଲା ଆହୁରି ଆସିବେ
3/07/2023 at 5:42 PM

ମୁମ୍ବାଇ: ଗତକାଲି ବିଦ୍ରୋହ କରି ଅଜିତ ପାୱାରଙ୍କ ସହ ଏକନାଥ ସିନ୍ଦେଙ୍କ ସରକାରରେ ମିଶିଥିଲେ ସଂସଦ ଅମୋଲ କୋହ୍ଲେ। ସୋମବାର ସେ ପୁଣିଥରେ ଏନ୍ସିପି କ୍ୟାମ୍ପକୁ ଫେରିଆସିଛନ୍ତି। ଏନେଇ କୋହ୍ଲେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି “ଯଦି ହୃଦୟ ଓ ମନ ଭିତରେ ଦ୍ୱନ୍ଦ୍ୱ ଉପୁଜେ ତେବେ ସବୁବେଳେ ହୃଦୟର କଥା ଶୁଣ। ବୋଧ୍ହୁଏ ମନ ବେଳେ ବେଳେ ନୌତିକତା ଭୁଲିଯାଏ, କିନ୍ତୁ ହୃଦୟ କେବେ ନୁହେଁ।” ଅମୋଲ କୋହ୍ଲେଙ୍କ ଟ୍ୱିଟ୍କୁ ରି-ଟ୍ୱିଟ୍ କରି ଏନ୍ସିପି ବିରୋଧୀ ଦଳ ନେତା ଡିତେନ୍ଦ୍ର ଅୱଧ ଲେଖିଛନ୍ତି ଫେରିଲେ ପ୍ରଥମେ ମୋହରା।
ସେପଟେ ସାଂସଦ ସୁନୀଲ ଟଟକରେଙ୍କୁ ବିରୋଧୀ ଦଳର ନେତା ଘୋଷଣା କରିଛି ଅଜିତ ପାୱାରଙ୍କ ପକ୍ଷର ଏନ୍ସିପି। ଅଜିତଙ୍କ ଟିମ୍ରେ ଥିବା ବିଦ୍ରୋହୀ ନେତା ପ୍ରଫୁଲ୍ଲ ପଟେଲ ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଜୟନ୍ତ ପାଟିଲଙ୍କୁ ହଟାଇ ସୁନୀଲ ଟାଟକରେଙ୍କୁ ଦଳର ରାଜ୍ୟ ମୁଖ୍ୟ ନିଯୁକ୍ତି ଦିଆଗଲା ବୋଲି ପ୍ରଫୁଲ୍ଲ ପାଟିଲ୍ ଘୋଷୋଣା କରିଛନ୍ତି।

ପଢ଼ନ୍ତୁ-ଏନ୍ସିପିରୁ ୩ ନେତା ବରଖାସ୍ତ; ୯ ବିଧାୟକ ଓ ୨ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାଲିଛି ପ୍ରସ୍ତୁତି
ସୂଚନା ଥାଉକି ଗତକାଲି (ଜୁଲାଇ ୨) ଅଜିତ ପାୱର ଏକାଧିକ ବିଧାୟକ ଓ ସାଂସଦଙ୍କ ସମର୍ଥନରେ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଅଜିତ ପାୱରଙ୍କ ସହିତ ଅନ୍ୟ ୮ ଏନ୍ସିପି ବିଧାୟକ ଜଣେ ବରିଷ୍ଠ ନେତା ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ଦିଲ୍ଲୀପ ୱାଲ୍ସେ ପାଟିଲ ମଧ୍ୟ ରାଜ ଭବନରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅଜିତ ପାୱାର ଏକନାଥଙ୍କ ସରକାରରେ ସାମିଲ୍ ହେବା ପରେ ସଂଗେ ସଂଗେ ତାଙ୍କ ସ୍ୱର ବଦଳି ଯାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ନେତୃତ୍ୱରେ ଦେଶର ଉନ୍ନତି ହେଉଛି। ବିଦେଶରେ ତାଙ୍କର ଲୋକପ୍ରିୟତା ବଢ଼ିଛି ବୋଲି ଅଜି ପୱାର କହିଥିଲେ। ସେହିପରି ବିରୋଧୀମାନେ ଏସବୁ ଦେଖିପାରୁ ନାହାନ୍ତି କି ସେମାନେ ଦେଶରେ ଉନ୍ନତି ଚାହାନ୍ତି ନାହିଁ ବୋଲି ଅଜିତ କହିଥିଲେ।
ପଢ଼ନ୍ତୁ-ଅଜିତ ପାୱାର ଛାଡ଼ି ଯିବା ପରେ ଜିତେନ୍ଦ୍ର ଅୱଧ ହେଲେ ଏନ୍ସିପି ବିରୋଧୀ ଦଳ ନେତା
ଅଜିତ ପାୱାର ଏକନାଥଙ୍କ ସରକାରରେ ସାମିଲ୍ ହେବା ପରେ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ୍ ପାୱାର ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏବଂ ଏଥିରେ ଅନ୍ୟ କିଛି ମନ୍ତ୍ରୀ ସାମିଲ ହେବେ। ଏନସିପି ଚିହ୍ନରେ ହିଁ ନିର୍ବାଚନ ଲଢିବୁ ଓ ପାର୍ଟିର ନାଁ ମଧ୍ୟ ଆମ ସହ ରହିବ ବୋଲି ଅଜିତ ପାୱାର କହିଥିଲେ। ଜବାବରେ ଶରଦ କହିଥିଲେ ଲୋକେ କହିବେ ଦଳ କାହାର।