ତାତିରୁ ମିଳିବ ଆଶ୍ୱସ୍ତି ! ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
23/05/2023 at 10:13 AM

ଭୁବନେଶ୍ୱର ୨୩/୦୫: ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଏଥିପାଇଁ ସକାଳୁ ସକାଳୁ ପାଗ କୋହଲିଆ ରହିଛି । ତେବେ ଆଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।
ଏହାସହ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ସୋମବାର ରାଜ୍ୟର ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର । ଏଠାରେ ଦିନ ତାପମାତ୍ରା ୪୩.୩ ଡିଗ୍ରୀ ଥିଲା । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨-୪୩ ଡିଗ୍ରୀ ରହିବ ।
ଏନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ବି ତାତିରୁ ତ୍ରାହି ମିଳିବନି । ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।